ଖଇରପୁଟ ଅଂଚଳରେ ହେଟା ବାଘ ଆତଙ୍କ, ଖାଇଗଲା ୫ ଛେଳି
ମାଲକାନଗିରି, ୪ ଜୁଲାଇ (ହି.ସ.)- ମାଲକାନଗିରି ଜିଲ୍ଲାର ଖଇରପୁଟ ଅଂଚଳରେ ହେଟା ବାଘ ଆତଙ୍କ ଦେଖିବାକୁ ମିଳିଛି । ଗତକାଲି ମଧ୍ୟରାତ୍ରରେ କୁମାରପୁଟ ସାହିର ସମାରୀ ଧାଙ୍ଗଡା ମାଝିଙ୍କ ଗୁହାଳରେ ପଶି ୫ଟି ଛେଳିକୁ ଜଙ୍ଗଲକୁ ଟାଣିନେଇଥିଲା ହେଟା ବାଘ l ଗୁହାଳରେ ବନ୍ଧା ହୋଇଥିଲେ ୬ ଛେଳି । ତନ୍ମଧ୍ୟରୁ ୫ ଛେ
ଖଇରପୁଟ ଅଂଚଳରେ ହେଟା ବାଘ ଆତଙ୍କ, ଖାଇଗଲା ୫ ଛେଳି


ମାଲକାନଗିରି, ୪ ଜୁଲାଇ (ହି.ସ.)- ମାଲକାନଗିରି ଜିଲ୍ଲାର ଖଇରପୁଟ ଅଂଚଳରେ ହେଟା ବାଘ ଆତଙ୍କ ଦେଖିବାକୁ ମିଳିଛି । ଗତକାଲି ମଧ୍ୟରାତ୍ରରେ କୁମାରପୁଟ ସାହିର ସମାରୀ ଧାଙ୍ଗଡା ମାଝିଙ୍କ ଗୁହାଳରେ ପଶି ୫ଟି ଛେଳିକୁ ଜଙ୍ଗଲକୁ ଟାଣିନେଇଥିଲା ହେଟା ବାଘ l ଗୁହାଳରେ ବନ୍ଧା ହୋଇଥିଲେ ୬ ଛେଳି । ତନ୍ମଧ୍ୟରୁ ୫ ଛେଳିକୁ ବାଘ ଖାଇଥିବା ନେଇ ଅଭିଯୋଗ କରିଛନ୍ତି ସମାରୀ ।

ଅନ୍ୟପକ୍ଷରେ ଆଜି ସକାଳେ ଲୋକମାନେ ଗାଁ ନିକଟସ୍ଥ ଜଙ୍ଗଲରେ ମୃତ ଛେଳିଗୁଡିକୁ କ୍ଷତାକ୍ତ ଅବସ୍ଥାରେ ଦେଖିବାକୁ ପାଇଥିଲେ l ଅଂଚଳରେ ହେଟା ବାଘ ଥିବା ନେଇ ଖବର ପ୍ରଚାରିତ ହେବା ପରେ ସାଧାରଣରେ କୋକୁଆ ଭୟ ସୃଷ୍ଟି ହୋଇଛି l

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande