ହୀରାକୁଦ ଜଳଭଣ୍ଡାରରୁ ରବିବାର ଦିନ ହେବ ପ୍ରଥମ ବନ୍ୟା ଜଳ ନିଷ୍କାସନ
ହୀରାକୁଦ ଜଳଭଣ୍ଡାରରୁ ରବିବାର ଦିନ ହେବ ପ୍ରଥମ ବନ୍ୟା ଜଳ ନିଷ୍କାସନ
ହୀରାକୁଦ ଜଳଭଣ୍ଡାରରୁ  ରବିବାର ଦିନ ହେବ ପ୍ରଥମ ବନ୍ୟା ଜଳ ନିଷ୍କାସନ


ସମ୍ବଲପୁର, ୦୪ ଜୁଲାଇ (ହି.ସ.) ଉପର ମୁଣ୍ଡରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ଏବଂ ମୌସୁମୀର ସକ୍ରିୟତାକୁ ନଜରରେ ରଖି ହୀରାକୁଦ ଡ୍ୟାମରୁ ଆସନ୍ତା ୬ ତାରିଖ ରବିବାର ଦିନ ବର୍ଷର ପ୍ରଥମ ଉଦବୃତ୍ତ ଜଳ ନିଷ୍କାସନ ପାଇଁ ନିଷ୍ପତ୍ତି ହୋଇଛି। ଆଜି ସନ୍ଧ୍ୟା ୬ ଟା ସମୟରେ ଡ୍ୟାମ ର ଜଳସ୍ତର ୬୦୩.୨୫ ଫୁଟ ରହିଥିଲା। ଏହି ସମୟରେ ନଦୀବନ୍ଧ ମଧ୍ୟକୁ ହାରାହାରି ୧ ଲକ୍ଷ ୧ ହଜାର ୩୪୯ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ବରଗଡ଼, ସମ୍ୱଲପୁର ଏବଂ ଶାସନ କେନାଲ ଓ ପାୱାର କେନାଲ ଏବଂ ଶିଳ୍ପ ପାଇଁ ୩୪ ହଜାର ୨୫୪ କ୍ୟୁସେକ ଜଳ ନିଷ୍କାସନ କରାଯାଉଛି। ଆଜି ସକାଳ ସୁଦ୍ଧା ପୂର୍ବ ୨୪ ଘଣ୍ଟାରେ ହୀରାକୁଦ ନଦୀବନ୍ଧର ଉପର ମୁଣ୍ଡରେ ୩୩.୧୧ ଏବଂ ତଳ ମୁଣ୍ଡରେ ୩୭.୫୧ ମିମି ବର୍ଷା ହୋଇଛି। ପୁଣି ଲଘୁଚାପ ଜନିତ ମାତ୍ରାଧିକ ବର୍ଷା ତଥା ସରକାରୀ କଳ ତରଫରୁ ପ୍ରବଳରୁ ପ୍ରବଳତର ବର୍ଷା ହେବା ପାଇଁ ଏଲର୍ଟ ମଧ୍ୟ ଜାରି କରିଦିଆ ଯାଇଥିଲା। ସୂଚନା ଥାଉକି, ଗତ ୨୦୨୪ ମସିହାରେ ଜୁଲାଇ ମାସ ୨୮ ତାରିଖ ଦିନ ପୁଜାର୍ଚ୍ଚନା କରାଯାଇ ହୀରାକୁଦ ଜଳଭଣ୍ଡାରର ସ୍ଲୁଇସ ଫାଟକ ଦେଇ ମହାନଦୀକୁ ବନ୍ୟାଜଳ ନିଷ୍କାସନ କରାଯାଇଥିଲା। ସେହି ସମୟରେ ହୀରାକୁଦ ଜଳ ଭଣ୍ଡାରର ଜଳସ୍ତର ୬୧୭ରେ ରହିଥିବା ବେଳେ ୨୦ଟି ଫାଟକ ମାଧ୍ୟମରେ ଗତ ବର୍ଷର ପ୍ରଥମ ବନ୍ୟାଜଳ ହୀରାକୁଦ ଜଳଭଣ୍ଡାରରୁ ୨୦ଟି ଫାଟକ ମାଧ୍ୟମରେ କରାଯାଇଥିଲା। ଗତ ୨୦୨୩ ମସିହା ଜୁଲାଇ ମାସ ୨୩ ତାରିଖ ପୂର୍ବାହ୍ନ ୯ଟାରେ, ଗତ ୨୦୨୨ ମସିହାରେ ଜୁନ ମାସ ୨୫ ତାରିଖ ସକାଳ ୧୦ଟାରେ ପ୍ରଥମ ବନ୍ୟାଜଳ ନିଷ୍କାସିତ କରାଯାଇଥିଲା। ଡ୍ୟାମର ଉପର ଓ ତଳ ମୁଣ୍ଡରେ ବର୍ଷା, ଜଳପ୍ରବାହ ଏବଂ ଜଳସ୍ତର ନିରୀକ୍ଷଣ ପାଇଁ ଥିବା ୧୨ଟି ଯାକ ଓୟାରଲେସ ଷ୍ଟେସନକୁ ସକ୍ରିୟ କରାଯାଇଛି । ଡ୍ୟାମର ଉପର ଓ ତଳ ମୁଣ୍ଡରେ ବର୍ଷା, ଜଳପ୍ରବାହ ଏବଂ ଜଳସ୍ତର ନିରୀକ୍ଷଣ ପାଇଁ ଥିବା ୧୨ଟି ଯାକ ଓୟାରଲେସ ଷ୍ଟେସନକୁ ସକ୍ରିୟ କରାଯାଇଛି । ସାଧାରଣତଃ ହୀରାକୁଦ ଜଳଭଣ୍ଡାରରୁ ଜୁଲାଇ ସନେତ ଅଗଷ୍ଟ ମାସରେ ଉଦବୃ ଜଳ ନିଷ୍କାସନ କରାଯାଇଥାଏ ମାତ୍ର ଚଳିତ ମାସ ଜୁନ ମାସରେ ମାତ୍ରାଧିକ ବର୍ଷା ହେବା ଯୋଗୁଁ ବନ୍ଧର ଜଳସ୍ତର ବୃଦ୍ଧି ପାଇବା ଫଳରେ ସ୍କୁଲସ ଫାଟକ ମାଧ୍ୟମରେ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା କରାଯିବ ବୋଲି ବନ୍ଧ ର୍କୃପକ୍ଷଙ୍କ ତରଫରୁ ନିଷ୍ପି ନିଆଯାଇଛି । ହୀରାକୁଦ ନଦୀବନ୍ଧରେ ୩୪ଟି କ୍ରେଷ୍ଟ ଫାଟକ ରହିଥିବା ବେଳେ ୬୪ଟି ସ୍ଲୁଇସ ଫାଟକ ରହିଛି । ଏହା ମାଧ୍ୟମରେ ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାନ କରାଯାଇଥାଏ । ସୁଚନା ଥାଉକି, ୧୯୮୦ ମସିହାରେ ସର୍ବାଧିକ ୫୫ଟି ସ୍ଲୁଇସ ଓ ୩୦ଟି କ୍ରାଷ୍ଟ ଗେଟକୁ ମିଶାଇ ୮୮ଟି ଫାଟକ ଖୋଲାଯାଇଥିଲା । ୨୦୦୧ ଜୁଲାଇ ୧୮ ତାରିଖ ଦିନ ୫୨ଟି ସ୍ଲୁଇସ ଗେଟ, ୨୦୦୩ ଅଗଷ୍ଟ ୨୮ରେ ୪୮ଟି ସ୍ଲୁଇସ ଓ ୬ଟି କ୍ରେଷ୍ଟକୁ ମିଶାଇ ୫୪ଟି ଫାଟକ, ୨୦୧୧ ସେପ୍ଟେମ୍ବର ୧୦ ତାରିଖ ଦିନ ୫୯ଟି ସ୍ଲୁଇସ ଗେଟ ଖୋଲାଯାଇ ନଦୀକୁ ବନ୍ଧରୁ ବନ୍ୟାଜଳ ନିଷ୍କାସିତ କରାଯାଇଥିଲା ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande