ହଲିଉଡ ଅଭିନେତା ମାଇକଲ ମ୍ୟାଡସେନଙ୍କ 67 ବର୍ଷ ବୟସରେ ମୃତ୍ୟୁ
ଲସ ଆଂଜେଲସ, 4 ଜୁଲାଇ (ହି.ସ)-ହଲିଉଡ ଅଭିନେତା ମାଇକଲ ମ୍ୟାଡସେନଙ୍କ 67 ବର୍ଷ ବୟସରେ ହୃଦଘାତରେ ଗୁରୁବାର ସକାଳେ ମୃତ୍ୟୁ ଘଟିଛି।ତାଙ୍କୁ ତାଙ୍କ ମାଲିବ ସ୍ଥିତ ତାଙ୍କ ଘରେ ଅଚେତ ଅବସ୍ଥାରେ ପାଇଥିଲେ।ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ କ୍ୱେଣ୍ଟିନ ଟାରନଟିନୋର ଅନେକ ଚଳଚ୍ଚିତ୍ର
ହଲିଉଡ ଅଭିନେତା ମାଇକଲ ମ୍ୟାଡସେନଙ୍କ 67 ବର୍ଷ ବୟସରେ ମୃତ୍ୟୁ


ଲସ ଆଂଜେଲସ, 4 ଜୁଲାଇ (ହି.ସ)-ହଲିଉଡ

ଅଭିନେତା ମାଇକଲ ମ୍ୟାଡସେନଙ୍କ 67 ବର୍ଷ ବୟସରେ ହୃଦଘାତରେ ଗୁରୁବାର ସକାଳେ ମୃତ୍ୟୁ ଘଟିଛି।ତାଙ୍କୁ

ତାଙ୍କ ମାଲିବ ସ୍ଥିତ ତାଙ୍କ ଘରେ ଅଚେତ ଅବସ୍ଥାରେ ପାଇଥିଲେ।ସେ ଚଳଚ୍ଚିତ୍ର ନିର୍ଦ୍ଦେଶକ

କ୍ୱେଣ୍ଟିନ ଟାରନଟିନୋର ଅନେକ ଚଳଚ୍ଚିତ୍ରରେ ସ୍ମରଣୀୟ ଅଭିନୟ କରିଛନ୍ତି।ତାଙ୍କ ମୁଖପାତ୍ର ଲିଜ ରୋଡ୍ରିଗେଜ

ଏହି ସୁଚନା ଦେଇଛନ୍ତି।ସିଏନଏନ ଖବର ଅନୁସାରେ ଏହି ସମ୍ପର୍କରେ ବୋହେମିୟା ଏଣ୍ଟରଟେନମେଣ୍ଟର ସୁସାନ

ଫେରିସ ଏବଂ ରାନ ସ୍ମିଥ ଏବଂ ମୁଖପାତ୍ର ଲିଜ ରୋଡ୍ରିଗେଜ ମିଳିତ ବିବୃତ୍ତି ଜାରି କରିଛନ୍ତି।ଏଥିରେ

କୁହାଯାଇଛି ଯେ ମାଇକଲ ମ୍ୟାଡସେନ ହଲିଉଡର ସବୁଠାରୁପ୍ରତିଷ୍ଠିତ ଅଭିନେତାମାନଙ୍କ ମଧ୍ୟରୁ ଜଣେ ଥିଲେ।ତାଙ୍କୁ ଅନେକମନେ ପକାଇବେ। ଲସ ଏଞିଲ୍ସସେରିଫ ଡିପାର୍ଟମେଣ୍ଟ ଲାଷ୍ଟ ହିଲ୍ସ ଷ୍ଟେସନର ୱାଚ

କମାଣ୍ଡର ସାର୍ଜେଣ୍ଟ କ୍ରିଷ୍ଟୋଫର ଜ୍ୟାରେଗୁଇ କହିଛନ୍ତି ଯେ ସକାଳେ ଅଧିକାରୀ ମାଲିବୁରେ

ମ୍ୟାଡେସନଙ୍କ ଘରେ ପହଁଞ୍ଚି ତାଙ୍କୁ ଅଚେତ ଅବସ୍ଥାରେ ପାଇଥିଲେ।ସ୍ଥାନୀୟ ସମୟାନୁସାରେ ସକାଳ

8.25 ସମୟରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande