ଜୟପୁର- ମାଲକାନଗିରି ନୂତନ ଓସାରିଆ ରେଳପଥ ଜମି ଅଧିଗ୍ରହଣ କ୍ଷତିପୂରଣ ରାଶି ବଣ୍ଟନ
ମାଲକାନଗିରି, ୪ ଜୁଲାଇ (ହି.ସ.)- ଜିଲ୍ଲା ପ୍ରଶାସନ ପକ୍ଷରୁ ରେଳ ପ୍ରକଳ୍ପ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ତ୍ଵରାନିତ କରାଯାଇଛି । ଆଜି ମାଥିଲି ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜୟପୁର- ମାଲକାନଗିରି ନୂତନ ଓସାରିଆ ରେଳପଥ ନିମନ୍ତେ ଜମି ଅଧିଗ୍ରହଣ ହୋଇଥିବା ହିତାଧିକାରୀଙ୍କୁ କ୍ଷତିପୂରଣ ର
ଜୟପୁର- ମାଲକାନଗିରି ନୂତନ ଓସାରିଆ ରେଳପଥ ଜମି ଅଧିଗ୍ରହଣ କ୍ଷତିପୂରଣ ରାଶି  ବଣ୍ଟନ


ଜୟପୁର- ମାଲକାନଗିରି ନୂତନ ଓସାରିଆ ରେଳପଥ ଜମି ଅଧିଗ୍ରହଣ କ୍ଷତିପୂରଣ ରାଶି ବଣ୍ଟନ


ମାଲକାନଗିରି, ୪ ଜୁଲାଇ (ହି.ସ.)- ଜିଲ୍ଲା ପ୍ରଶାସନ ପକ୍ଷରୁ ରେଳ ପ୍ରକଳ୍ପ କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ତ୍ଵରାନିତ କରାଯାଇଛି । ଆଜି ମାଥିଲି ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଜୟପୁର- ମାଲକାନଗିରି ନୂତନ ଓସାରିଆ ରେଳପଥ ନିମନ୍ତେ ଜମି ଅଧିଗ୍ରହଣ ହୋଇଥିବା ହିତାଧିକାରୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନବରଙ୍ଗପୁର ଲୋକସଭା ସାଂସଦ ଇଂ. ବଳଭଦ୍ର ମାଝୀ ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ପ୍ରତିନିଧି ଗୋବିନ୍ଦ ପାତ୍ରଙ୍କ ସମେତ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ମାଥିଲି ତହସିଲଦାର ମାନସୀ ଭୋଇ, ଖଇରପୁଟ ତହସିଲଦାର ପି ମନସ୍ମିତା ଏବଂ ମାଥିଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରମୋଦ କୁମାର ବେହେରା ଉପସ୍ଥିତ ଥିଲେ।

ରେଳ ପଥ ସ୍ଥାପନ ହେବା ଦ୍ବାରା ଜିଲ୍ଲାରେ ଆହୁରି ବିକାଶ ହେବା ସଙ୍ଗେ ଜିଲ୍ଲାବାସୀ ଙ୍କ ଦୀର୍ଘ ଦିନର ସ୍ଵପ୍ନ ସାକାର ହେବାକୁ ଯାଉଛି। ଏହା ଏହି ଅଞ୍ଚଳର ଲୋକ ଓ ବିଶେଷ ଭାବେ ଜନଜାତିଙ୍କ ପାଇଁ ଅପୂର୍ବ ସମ୍ଭାର ନେଇ ଆସିବ। ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧିରେ ଏହି ରେଳ ପଥ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ସାଂସଦ ମତବ୍ୟକ୍ତ କରିଛନ୍ତି। ଏହି ପ୍ରକଳ୍ପ ବାବଦକୁ ପ୍ରଥମ ପର୍ଯ୍ୟାୟରେ ମାଥିଲିର ୩୫ ଜଣ ଓ ଖଇରପୁଟ ତହସିଲର ୪ ଜଣ ହିତାଧିକାରୀଙ୍କୁ ମୋଟ ୨ କୋଟି ୪୫ ଲକ୍ଷ ୫୫ ହଜାର ୩୯୯ ଟଙ୍କାର କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ମାଥିଲି ତହସିଲର ଧଉଡ଼ାଗୁଡ଼ା, ପୂଜାରିଗୁଡ଼ା କଟ୍ରିମାଝିଗୁଡ଼ା ଓ ଖଇରପୁଟ ତହସିଲର ପାରୁଗୁଡ଼ାର ହିତାଧୀକାରୀ ରହିଛନ୍ତି।

ସୂଚନା ଥାଉ କି, ରେଳପଥ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଉକ୍ତ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ପର୍ଯ୍ୟାୟ କ୍ରମେ ଜମି ଅଧିଗ୍ରହଣ ହୋଇଥିବା ସମସ୍ତ ହିତାଧିକାରୀଙ୍କୁ କ୍ଷତିପୂରଣ ରାଶି ପ୍ରଦାନ କରାଯିବ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ସ୍ବାଗତ ଜଣାଇ ଥିବା ବେଳେ ଉପ ଜିଲ୍ଲାପାଳ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande