କେନ୍ଦୁଝର, 4 ଜୁଲାଇ (ହି.ସ.) ଆଜି କେନ୍ଦୁଝର ସଦର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଏକ ବିଶେଷ ସୁତ୍ରରୁ ଖବର ପାଇ ସଦର ଥାନା ଏସଆଇ ସ୍ବରୂପ ରଞ୍ଜନ ନାଏକ ଓ ସୂର୍ଯୟନାରାୟଣ ରାଉତରାୟ NH 49 ନିକଟବର୍ତ୍ତୀ ବେଲେଦା ଠାରେ ନାକା ବନ୍ଦୀ କରିଥିଲେ । ବିଶେଷ ଖବର ଅନୁସାରେ ବୌଦ୍ଧରୁ ପଶ୍ଚିମବଙ୍ଗ ଆଡ଼କୁ ଦୃତ ଗତିରେ ଧଳା ରଙ୍ଗର ହୋଣ୍ଡା ଇମେଜ କାର OD 02CM8928 କୁ ମାଡି ବସିଥିଲା ପୋଲିସ। ଏଥିରେ ଆଠ ବସ୍ତାରେ ସମୁଦାୟ ୧ କ୍ଵିଣ୍ଟାଲ ୪୦ କିଲୋ ୪୪୦ ଗ୍ରାମ ଗଞ୍ଜେଇ ଯାହାର ଆନୁମାନିକ ମୂଲ୍ୟ
୧୫ ଲକ୍ଷ୍ୟ ଟଙ୍କା ହେବ ଏଵଂ ଗାଡ଼ିକୁ ଜବତ କରିବାରେ ସଫଳ ହୋଇଥିଲା ପୋଲିସ। ଏହାକୁ ନେଉଥିବା ଦୁଇ ଜଣଙ୍କୁ ଅଟକ ରଖିଥିବା ବେଳେ ସେମାନଙ୍କ ପରିଚୟ ଦୁଇ ଜଣ ଅମଲ ଦେହୁରୀ ଘର ରଘୁନାଥପୂର୍ ଥାନା ଓ ଶୁଭେନ୍ଦୁ ବେହେରା ଘର ସରସରା ଥାନା ଅଞ୍ଚଳର ବୋଲି ଜଣାପଡିଥିଲା। ଏମାନେ ବୌଦ୍ଧ ଜିଲ୍ଲାରୁ କଲିକତାକୁ ଭାୟା କେନ୍ଦୁଝର ଦେଇ ଯାଉଥିଲେ । ସଦର ଥାନା ପୋଲିସ ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA