ପହଲଗାମ, 4 ଜୁଲାଇ (ହି.ସ)-ଅମରନାଥ
ଯାତ୍ରା ପାଇଁ ଶୁକ୍ରବାର ସକାଳେ ପହଲଗ୍ରାମରୁ ଶ୍ରଦ୍ଧାଳୁ ଦ୍ୱିତୀୟ ଦଳ ଯାତ୍ରା ପାଇଁ
ବାହାରିଥିଲେ।ଭକ୍ତମାନେ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଭୟ କରିବାର କିଛି
ନାହିଁ।ତୀର୍ଥଯାତ୍ରୀ ମନୋଜ ସିଂହ କହିଛନ୍ତି ଯେ ମୁଁ ନୋଏଡାରୁ ଆସିଛିଏବଂ ଆମେ 13 ଜଣିଆ ଏକ ଗୋଷ୍ଠୀ।ଏହା ମୋର ପ୍ରଥମ ଘଟଣା।ମୁଁ
ବହୁତ ଉତ୍ସାହିତ। ବ୍ୟବ୍ସଥା ବହୁତ ଭଲ।ଭୟ କରିବାର କିଛି ନାହିଁ।ଭକ୍ତ ଦିଶା ଚାୱଡା କହିଛନ୍ତି
ଯେ ସେ ଦେଶରେ ଶାନ୍ତି ପାଇଁ ପ୍ରାର୍ଥନା କରିବେ।ଏହିସମୟରେ ତୀର୍ଥଯାତ୍ରୀମାନଙ୍କ ପ୍ରଥମ ଦଳ ପବିତ୍ର ଅମରନାଥ ଗୁମ୍ଫାରେ ପହଁଞ୍ଚି ଭଜନ ଗାନ କରିଥିଲେ ଏବଂ ଭଗବାନ ଶିବଙ୍କ ଆରତୀ
କରିଥିଲେ।ପ୍ରଥମ ଦଳ ଗୁରୁବାର ସକାଳେ ବାଲଟାଲ ବେସ କ୍ୟାମ୍ପରୁ ଅମରନାଥ ର ପବିତ୍ର ଗୁମ୍ଫା
ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ।କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେ ମଧ୍ୟ ଏହଂ ଦଳରେ ସାମିଲ
ଥିଲେ।ଅପ୍ରେଲ 2025ରେ ପହଲଗାମଆତଙ୍କବାଦୀ
ଆକ୍ରମଣ ପରେ ଅମରନାଥ ଯାତ୍ରା ପାଇଁ ଜାମ୍ମୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା