ଭୁବନେଶ୍ୱର, 4 ଜୁଲାଇ (ହି.ସ.)
- ଗତକାଲି
ସନ୍ଧ୍ୟାରେ ଓଡିଶା କଣ ସାରାଦେଶ ଏକ ହାଇ ଡ୍ରାମା ଦେଖିଲା। ଜନସାଧାରଣଙ୍କ ଚାପ ରେ ସରକାର ଚେପା ହେଲେ। ଗୋଟେ
ଅଭିଯୁକ୍ତକୁ ବାନ୍ଧିବାକୁ ସରକାରକୁ ମୁଣ୍ଡ ନୁଆଁଇବାକୁ ପଡିଲା ବୋଲି କହିଛନ୍ତି ବିଜେଡି
ବିଧାୟକ ଅରୁଣ ସାହୁ । ଜଣେ ଅଭିଯୁକ୍ତ ପାର୍ଟି ଅଫିସକୁ ଆସିଲେ ତାଙ୍କ ସଭାପତିଙ୍କ ସହିତ ଆଲୋଚନା
କଲେ। କିନ୍ତୁ ଗିରଫ୍ ହେଲେନି। ତାପରେ ନିଜ
ଇଚ୍ଛାରେ ଆସି ଆର୍ମସମର୍ପଣ କଲେ। ଆର୍ମସମର୍ପଣ ପୂର୍ବରୁ
ଜଗା ପ୍ରଧାନ ମିଡିଆକୁ ବୟାନ ଦେଉଛନ୍ତି ଆଉ ପୋଲିସ ଦେଖୁଛି। ସତେ ଯେମିତି ସେ ଜଣେ ସ୍ଵାଧୀନତା
ସଂଗ୍ରାମୀ। ଏସବୁ କଥା ଦେଖିଲା ପରେ ଲାଗୁଛି ଆଇନ୍ ଟା କୋଉଠି। ନୂଆ ଟ୍ରେଣ୍ଡ ସ୍ରୁଷ୍ଟି କଲେ।
ଏହା ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତର ବଡ ଲକ୍ଷଣ ବୋଲି ଅରୁଣ ସାହୁ କହିଛନ୍ତି।
ଦଳ ତାଙ୍କୁ ନିଲମ୍ବନ ନକଲେ
ଲୋକ ହସା ହେବେ। ଲୋକଙ୍କ ଓ ଅଫିସର ମାନଙ୍କ ଚାପରେ ସରକାର ନିଷ୍ପତ୍ତି ନେଲେ। ମୋ ପାଖେ ଯାହା ସୂଚନା ଅଛି, ସରକାର ବର୍ତ୍ତମାନ ବହୁ ଅଫିସରଙ୍କୁ ବଦଳି କରିବେ, ଦଣ୍ଡ ଦେବେ ବିଭିନ୍ନ କ୍ଷେତ୍ରରେ।
ଯଦି ଏକଥା କରିବେ ଲୋକେ ତାଙ୍କୁ କ୍ଷମା ଦେବେନି ବୋଲି ସେ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା