ଭୁବନେଶ୍ୱର, 4 ଜୁଲାଇ (ହି.ସ.)
- ରାଜ୍ୟରେ
ବନ୍ୟା ସ୍ଥିତି ନାହିଁ । ସୁବର୍ଣ୍ଣରେଖାରେ ପାଣି କମିଛି । କେଉଁ ବେସିନରେ ପାଣି ଅଧିକ ନାହିଁ ।
ସତର୍କ ସୂଚନା କେଉଁଠି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର
ପାଢ଼ୀ କହିଛନ୍ତି ।
ସେ କହିଛନ୍ତି ଯେ,
ଛତିଶଗଡରେ ବର୍ଷା ହେଉଛି । ତାଙ୍କ ପାଣି ଛାଡିବାକୁ ଆମେ ଅପେକ୍ଷା କରିଛୁ । ସ୍ୱାଭାବିକ
ପ୍ରକ୍ରିୟାରେ ଏସଓପି ଅନୁସାରେ ହୀରାକୁଦର 6 ଗେଟ ଖୋଲା ହେବ । ପୂଜା କରିକି ଗେଟ ଖୋଲାଯିବ ।
ହେଲେ ସତର୍କ ସ୍ଥିତି ନାହିଁ । 630 ଫୁଟ ହୀରାକୁଦର ଜଳ ଧାରଣ କ୍ଷମତା ରହିଛି । ଏବେ 605 ଫୁଟ
ପାଣି ଅଛି । ମହାନଦୀ ଉପରମୁଣ୍ଡ ସୁନ୍ଦରଗଡ଼ ଓ ଛତିଶଗଡ ଛଡା ଆଉ କେଉଁଠି ବର୍ଷା ନାହିଁ ।
ରାସ୍ତା ସମ୍ପ୍ରସାରଣ ଯୋଗୁଁ ଭୁବନେଶ୍ୱରରେ 6 ନମ୍ବର ଡ୍ରେନରେ ସ୍ଲାବ ଦବିଛି । ତେଣୁ ଜଳ
ନିଷ୍କାସନ ହେବାରେ ସମସ୍ୟା ହେଉଛି । ସକାଳେ ଘଟଣା ସ୍ଥଳ ପରିଦର୍ଶନ କରାଯାଇଛି । ଜଳ ସମ୍ପଦ
ବିଭାଗ ଅସ୍ଥାୟୀ ବିକଳ୍ପ ଭାବେ ତାକୁ ଖୋଳିକି ପାଣି ବାହାର କରାଯିବ ବୋଲି ସେ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା