ଆଇନ ଅନୁ ଯାହା ଆଯାୟୀବଶ୍ୟକ ସରକାର ତାହା କରିବେ- କୃଷ୍ଣଚନ୍ଦ୍ର ମହାପାତ୍ର
ଭୁବନେଶ୍ୱର, 4 ଜୁଲାଇ (ହି.ସ.) ଜଗନ୍ନାଥ ପ୍ରଧାନ ଗିରଫଦାରି ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ କହି ଆସିଛନ୍ତି, ଆଇନ ତା ବାଟରେ ଯିବ । ଆଇନ ଅନୁଯାୟୀ ଯାହା ଆବଶ୍ୟକ ସରକାର ତାହା କରିବେ ।
ଆଇନ ଅନୁ ଯାହା     ଆଯାୟୀବଶ୍ୟକ ସରକାର ତାହା କରିବେ- କୃଷ୍ଣଚନ୍ଦ୍ର       ମହାପାତ୍ର


ଭୁବନେଶ୍ୱର, 4 ଜୁଲାଇ (ହି.ସ.)

ଜଗନ୍ନାଥ

ପ୍ରଧାନ ଗିରଫଦାରି ପ୍ରସଙ୍ଗରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପ୍ରତିକ୍ରିୟା ଦେଇ

କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସବୁବେଳେ କହି ଆସିଛନ୍ତି, ଆଇନ ତା ବାଟରେ ଯିବ । ଆଇନ ଅନୁଯାୟୀ ଯାହା ଆବଶ୍ୟକ ସରକାର ତାହା କରିବେ

। କୌଣସି ଚାପ ନଥିଲା । କାରଣ ଜଗନ୍ନାଥ ପ୍ରଧାନ ନିଜେ ମଧ୍ୟ କହିଛନ୍ତି, ଯେ ମୁଁ ଆଇନକୁ ସମ୍ମାନ କରୁଛି । ମୁଁ ତ ଦୋଷୀ ନୁହେଁ, କିନ୍ତୁ

ଯଦି ସେମାନେ ମୋତେ ଦୋଷୀ ବୋଲି କହି ସରକାରକୁ ଅଡୁଆରେ ପକାଇବାକୁ ଚାହୁଁଛନ୍ତି । ତେବେ ଆଇନ

ଅନୁସାରେ ଯାହା ହେବ ମୁଁ କରିବି । ତେଣୁ ଜଗନ୍ନାଥ ପ୍ରଧାନ ଆତ୍ମ ସମର୍ପଣ କରିଛନ୍ତି । ହୁଏତ

ସଙ୍ଗଠନ ଏଥିରେ ଦୁଃଖୀ ରହିବ, କିନ୍ତୁ ତର୍ଜମା ମଧ୍ୟ ହେବ ।

ସେ କହିଛନ୍ତି ଯେ, ସମସ୍ତଙ୍କୁ

ନେଇ କାମ କରିବା ପାଇଁ ସରକାର ଚିନ୍ତା କରୁଛନ୍ତି । ବର୍ତ୍ତମାନ ମୁଖ୍ୟ ପ୍ରସଙ୍ଗ ହେଲା, କିଛି ଜାଗାରେ ବନ୍ୟା ହୋଇଛି । ମହାପ୍ରଭୁଙ୍କ

ରଥଯାତ୍ରା ଚାଲିଛି । ତେଣୁ ଏ କ୍ଷେତ୍ରରେ ଆଶା ଥିଲା ଯେ, ଅଫିସର ମାନେ

ମିଳି ମିଶି ଲୋକଙ୍କ ସେବା କରିବେ । ଏହାସହ ଓଏଏସ ଅଫିସର ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀ

ଜାଣିଲା ପରେ ଗୋଟେ ଘଣ୍ଟା ଭିତରେ ଆକ୍ସନ ନେଇଛନ୍ତି । ଓଏଏସ ସଂଘ ସହ ମଧ୍ୟ ମୁଖ୍ୟମନ୍ତ୍ରୀ

ଆଲୋଚନା କରିଛନ୍ତି । ଆଇନ ଅନୁଯାୟୀ ଯାହା ହେବା କଥା, କୌଣସି

କ୍ଷେତ୍ରରେ ଅବହେଳା ହୋଇନାହିଁ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande