ଟଙ୍କା ଫେରିପାଇବେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ: ମନମୋହନ ସାମଲ
ଭୁବନେଶ୍ୱର, ୦୪ ଜୁଲାଇ (ହି.ସ.)- ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବାପରେ ଚିଟଫଣ୍ଡ ସଂସ୍ଥାରେ କ୍ଷତିଗ୍ରସ୍ତ ସମସ୍ତ ଯୋଗ୍ୟ ଜମାକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ମାତ୍ର ୧ ବର୍ଷ ମଧ୍ୟରେ ୧ ଲକ୍ଷ ୨୬ ହଜାର ୧୩୭ ଜଣ ଯୋଗ୍ୟ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯାଇଛି । ଆସନ୍ତା ୩-୪ ମାସ ମଧ୍ୟର
ଟଙ୍କା ଫେରିପାଇବେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ: ମନମୋହନ ସାମଲ


ଭୁବନେଶ୍ୱର, ୦୪ ଜୁଲାଇ (ହି.ସ.)- ବିଜେପି ରାଜ୍ୟରେ ଏକାକୀ ସରକାର ଗଠନ କରିବାପରେ ଚିଟଫଣ୍ଡ ସଂସ୍ଥାରେ କ୍ଷତିଗ୍ରସ୍ତ ସମସ୍ତ ଯୋଗ୍ୟ ଜମାକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଉଛି। ମାତ୍ର ୧ ବର୍ଷ ମଧ୍ୟରେ ୧ ଲକ୍ଷ ୨୬ ହଜାର ୧୩୭ ଜଣ ଯୋଗ୍ୟ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯାଇଛି । ଆସନ୍ତା ୩-୪ ମାସ ମଧ୍ୟରେ ୫ ଲକ୍ଷ ଯୋଗ୍ୟ ଜମାକାରୀକାରୀଙ୍କୁ ପର୍ଯ୍ୟାୟକ୍ରମେ ଟଙ୍କା ଫେରସ୍ତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ବିଜେପି ସରକାରଙ୍କ ନିଷ୍ଠାପର ଉଦ୍ୟମ ପାଇଁ ଚିଟ୍ ଫଣ୍ଡରେ କ୍ଷତିଗ୍ରସ୍ତ ଯୋଗ୍ୟ ହିତାଧିକାରୀମାନେ ଟଙ୍କା ଫେରିପାଇବେ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମନମୋହନ ସାମଲ କହିଛନ୍ତି ।

ଶ୍ରୀ ସାମଲ କହିଛନ୍ତି ଯେ, ବିଜେଡି ସରକାରଙ୍କ ଉପରେ ବିଶ୍ୱାସ ଓ ଭରସା ରଖି ବିଭିନ୍ନ ଚିଟ୍‌ଫଣ୍ଡ ସଂସ୍ଥାରେ ଓଡ଼ିଶାର ଜନସାଧାରଣ ସେମାନଙ୍କ କଷ୍ଟ ଅର୍ଜିତ ଟଙ୍କା ଜମା କରିଥିଲେ । ୧୭୪ଟି ଚିଟଫଣ୍ଡ କମ୍ପାନୀ ଓଡ଼ିଶାର ଜନସାଧାରଣଙ୍କ ଟଙ୍କା ହରିଲୁଟ୍ କରିଥିଲେ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ବିଜେଡି ସରକାରର ଅନେକ ମନ୍ତ୍ରୀ, ସାଂସଦ, ବିଧାୟକମାନେ ପ୍ରାୟୋଜିତ ଭାବେ ଚିଟଫଣ୍ଡ ନାଁରେ ଲୋକଙ୍କ ଟଙ୍କା ଆତ୍ମସାତ କରିଥିଲେ । ଏହି ମାମଲାରେ ଅଭିଯୁକ୍ତ ହୋଇ ବିଜେଡିର ବହୁ ନେତା ଓ ମନ୍ତ୍ରୀ ବିଗତ ଦିନରେ ଜେଲ୍ ଯାଇଛନ୍ତି । ଚିଟଫଣ୍ଡ ସଂସ୍ଥାରେ ଟଙ୍କା ଲଗାଇ ଲକ୍ଷଲକ୍ଷ ଯୋଗ୍ୟ ଜମାକାରୀ ଅନିଶ୍ଚିତତା ମଧ୍ୟରେ ଦିନ କାଟୁଥିଲେ । ଫଳରେ ସାଧାରଣ ଲୋକଙ୍କ ବିଶ୍ୱାସ ସରକାରଙ୍କ ଉପରୁ ଉଠିଯାଇଥିଲା । ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିଥିଲା । ଏହାପରେ କର୍ପସ ଫଣ୍ଡ ଓ କମିଶନ ଗଠନ ହୋଇଥିଲା, ମାତ୍ର କ୍ରିୟାନ୍ୱୟନ ହୋଇପାରି ନଥିଲା । ଏପରିକି ତଦନ୍ତ ରିପୋର୍ଟ ସାର୍ବଜନୀନ କରାଯାଇ ନଥିଲା । କାରଣ ବିଜେଡି ସରକାରଙ୍କ ଉଦ୍ଦେଶ୍ୟ ଠିକ୍ ନଥିଲା । ସରକାରଙ୍କ ଦାୟିତ୍ୱ ହେଉଛି ଲୋକଙ୍କ ବିଶ୍ୱାସନିୟତା ରକ୍ଷା କରିବା ।

ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିବା ପରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବା ପାଇଁ ତୁରନ୍ତ କାର୍ଯ୍ୟ ଆରମ୍ଭ କରି ଦେଇଥିଲେ । ଚିଟ୍‌ଫଣ୍ଡ କ୍ଷତିଗସ୍ତ ସମସ୍ତ ଯୋଗ୍ୟ ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯିବ । ଏନେଇ ଗତ ସାଧାରଣ ନିର୍ବାଚନ ସମୟରେ ବିଜେପି ନିଜର ସଂକଳ୍ପପତ୍ରରେ ଘୋଷଣା କରିଥିଲା । ବିଜେପି ସରକାର କ୍ଷତିଗସ୍ତ ଜମାକାରୀଙ୍କ ପ୍ରତି ସମ୍ବେଦନଶୀଳ । ସମସ୍ତ କ୍ଷତିଗସ୍ତ ଯୋଗ୍ୟ ଜମାକାରୀ କିପରି ଟଙ୍କା ପାଇବେ ସେନେଇ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ । ସାମାନ୍ୟ ପ୍ରମାଣ ଦେଖାଇଲେ ଯେପରି ଜମାକାରୀ ଟଙ୍କା ଫେରସ୍ତ ପାଇପାରିବେ ସେଭଳି ବିଧି ବ୍ୟବସ୍ଥା କରାଯିବ ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ଅବସରରେ କଂଟାବାଞ୍ଜୀ ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ, ରାଜ୍ୟ ବିଜେପି ଉପସଭାପତି ଶ୍ରୀ ବିରଂଚି ନାରାୟଣ ତ୍ରିପାଠୀ ଏବଂ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଶ୍ରୀ ସୁଜିତ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande