ତ୍ରିନିଦାଦ ଓ ଟୋବେଗୋରେ ପ୍ରଧାନମନ୍ତ୍ରୀ କହିଲେ- ଗିରମିଟିୟାର ପିଲା ଏବେ ସଂଘର୍ଷରେ ନୁହେଁ, ସଫଳତା, ସେବା ଓ ମୂଲ୍ୟରେ ପରିଭାଷିତ
ପୋର୍ଟ ଅଫ୍ ସ୍ପେନ, 4 ଜୁଲାଇ (ହି.ସ.) - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ତ୍ରିନିଦାଦ ଏବଂ ଟୋବେଗୋରେ ଥିବା ଭାରତୀୟ ସମୁଦାୟର କଥା ହେଉଛି ସେମାନଙ୍କ ସାହସର ଗାଥା। ଭାରତୀୟ ସମୁଦାୟର ପୂର୍ବଜମାନେ ଯେଉଁ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ, ସେହି ପରିସ୍ଥି
ତ୍ରିନିଦାଦ ଓ ଟୋବେଗୋରେ     ପ୍ରଧାନମନ୍ତ୍ରୀ କହିଲେ- ଗିରମିଟିୟାର ପିଲା ଏବେ ସଂଘର୍ଷରେ ନୁହେଁ, ସଫଳତା, ସେବା ଓ ମୂଲ୍ୟରେ     ପରିଭାଷିତ


ପୋର୍ଟ ଅଫ୍ ସ୍ପେନ, 4 ଜୁଲାଇ (ହି.ସ.)

-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ତ୍ରିନିଦାଦ ଏବଂ ଟୋବେଗୋରେ ଥିବା ଭାରତୀୟ

ସମୁଦାୟର କଥା ହେଉଛି ସେମାନଙ୍କ ସାହସର ଗାଥା। ଭାରତୀୟ ସମୁଦାୟର ପୂର୍ବଜମାନେ ଯେଉଁ ପରିସ୍ଥିତିର

ସମ୍ମୁଖୀନ ହୋଇଥିଲେ, ସେହି ପରିସ୍ଥିତି ସବୁଠୁ ଶକ୍ତିଶାଳୀ ଆତ୍ମାକୁ ମଧ୍ୟ ଭାଙ୍ଗି ଦେଇପାରିଥାନ୍ତି। ତଥାପି, ସେମାନେ ଆଶା ସହିତ ସେହି ସମସ୍ୟାଗୁଡିକୁ ସାମ୍ନା କରିଥିଲେ। ସେମାନେ

କଠିନତାକୁ ସାମ୍ନା କଲେ ଏବଂ ହାରିଲେ ନାହିଁ। ଗିରମିଟିଆଙ୍କ ସନ୍ତାନମାନେ ଆଜି ସଂଘର୍ଷ ଦ୍ୱାରା

ନୁହେଁ,

ବରଂ ସଫଳତା, ସେବା ଓ ମୂଲ୍ୟବୋଧ ଦ୍ୱାରା ପରିଚିତ। ପ୍ରଧାନମନ୍ତ୍ରୀ ମୋଦି ତ୍ରିନିଦାଦ

ଏବଂ ଟୋବେଗୋରେ ଭାରତୀୟ ସମୁଦାୟ ସମ୍ମୁଖରେ ସେମାନଙ୍କର ସାହସ ଓ ସଂଘର୍ଷକୁ ଉଲ୍ଲେଖ କରିଛନ୍ତି।

ଭାରତୀୟ ବିଦେଶ ମନ୍ତ୍ରଣାଳୟ ୩ ଜୁଲାଇରେ ତ୍ରିନିଦାଦ ଏବଂ ଟୋବେଗୋରେ ଥିବା ଭାରତୀୟ ସମୁଦାୟ

ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ବୋଧନର ମୂଳ ପାଠ ପ୍ରକାଶ କରିଛି।

ସେମାନେ ନିଜ ମାଟି ଛାଡ଼ିଲେ, କିନ୍ତୁ ନିଜ ଆତ୍ମାକୁ ନୁହେଁ।

ସେ କହିଛନ୍ତି, ଆପଣଙ୍କର ପୂର୍ବଜମାନେ ଗଙ୍ଗା ଓ ଯମୁନାକୁ ପଛରେ ରଖିଦେଲେ, କିନ୍ତୁ ହୃଦୟରେ ରାମାୟଣକୁ ନେଇ ଆସିଲେ। ସେମାନେ ନିଜ ମାଟି

ଛାଡ଼ିଦେଲେ,

କିନ୍ତୁ ନିଜ ଆତ୍ମାକୁ ନୁହେଁ। ସେମାନେ କେବଳ ପ୍ରବାସୀ ନଥିଲେ।

ସେମାନେ ଜଣେ ଶାଶ୍ୱତ ସଭ୍ୟତାର ବାର୍ତ୍ତାବାହକ ଥିଲେ। ସେମାନଙ୍କର ଅବଦାନ ଏହି ଦେଶକୁ

ସାଂସ୍କୃତିକ, ଆର୍ଥିକ

ଓ ଆଧ୍ୟାତ୍ମିକ ଭାବରେ ଲାଭାନ୍ବିତ କରିଛି। କେବଳ ଏହି ସୁନ୍ଦର ଦେଶ ଉପରେ ଆପଣମାନଙ୍କର

ପ୍ରଭାବକୁ ଦେଖନ୍ତୁ।

ସଫଳ ବ୍ୟକ୍ତିଙ୍କ ତାଲିକା ବହୁତ ଲମ୍ବା

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, କମଲା ପ୍ରସାଦ-ବିଶେସର ଏହି ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ

ଅଟନ୍ତି। କ୍ରିଷ୍ଟିନ କାର୍ଲା କଙ୍ଗାଲୁ ଏଠାରେ ମହିଳା ରାଷ୍ଟ୍ରପତି ଭାବରେ ଅଛନ୍ତି। ସ୍ୱର୍ଗୀୟ

ବାସଦେବ ପାଣ୍ଡେ ଜଣେ କୃଷକଙ୍କ ପୁଅ ଥିଲେ। ସେ ପ୍ରଧାନମନ୍ତ୍ରୀ ଓ ସମ୍ମାନିତ ଜାତୀୟ ନେତା

ହେଲେ। ପ୍ରସିଦ୍ଧ ଗଣିତ ବିଦ୍ୱାନ ରୁଦ୍ରନାଥ କପିଲଦେବ, ସଙ୍ଗୀତ ଜଗତର ଆଇକନ ସୁନ୍ଦର ପୋପୋ, କ୍ରିକେଟ ତାରକା ଡ୍ୟାରେନ ଗଙ୍ଗା ଓ ଦେବଦାସ ସାଧୁଙ୍କ ଭଳି ଲୋକଙ୍କ

ଭକ୍ତିଭାବ ଏ ସାଗର ମଧ୍ୟରେ ମନ୍ଦିର ନିର୍ମାଣ କରିଛି। ସଫଳ ବ୍ୟକ୍ତିମାନଙ୍କର ତାଲିକା ବହୁତ

ଲମ୍ବା ଅଟେ ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande