ନୂଆଦିଲ୍ଲୀ, 4 ଜୁଲାଇ (ହି.ସ.)
- ପ୍ରଧାନମନ୍ତ୍ରୀ
ନରେନ୍ଦ୍ର ମୋଦିଙ୍କୁ ଟ୍ରିନିଦାଦ ଏବଂ ଟୋବେଗୋ ସରକାର ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଦ ଅର୍ଡର୍ ଅଫ୍ ଦ ରିପବ୍ଲିକ୍ ଅଫ୍ ଟ୍ରିନିଦାଦ ଆଣ୍ଡ ଟୋବେଗୋ’
ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଏହି ଘୋଷଣା
ସେଠାର ପ୍ରଧାନମନ୍ତ୍ରୀ କମଲା ପ୍ରସାଦ ବିସେସର ଭାରତୀୟ ପ୍ରବାସୀ ସମୁଦାୟ ମଧ୍ୟରେ ଆୟୋଜିତ ଏକ
ବଡ଼ ସ୍ୱାଗତ ସମାରୋହରେ କରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଐତିହାସିକ ଯାତ୍ରା ଓ ଉଭୟ
ଦେଶ ମଧ୍ୟରେ ସମ୍ପର୍କ ଦୃଢ଼ କରିବାରେ ତାଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି।
ଏହି ଅବସରରେ ପ୍ରଧାନମନ୍ତ୍ରୀ
ମୋଦି ଏହି ସମ୍ମାନ ପାଇଁ ଟ୍ରିନିଦାଦ ଏବଂ ଟୋବେଗୋର ଜନତା ଓ ସରକାର ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି।
ସେ ଏହି ଘୋଷଣା କରିଥିଲେ ଯେ, ବର୍ତ୍ତମାନ ଟ୍ରିନିଦାଦ ଏବଂ ଟୋବେଗୋରେ ବସବାସ କରୁଥିବା ଭାରତୀୟ ମୂଳର ଷଷ୍ଠ ପିଢିର
ଲୋକମାନଙ୍କୁ ମଧ୍ୟ ଓସିଆଇ କାର୍ଡ ଜାରି କରାଯିବ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଉଦ୍ବୋଧନରେ ୧୮୦
ବର୍ଷ ପୂର୍ବେ ଟ୍ରିନିଦାଦ ଏବଂ ଟୋବେଗୋକୁ ଆସିଥିବା ଭାରତୀୟ ମୂଳର ଲୋକମାନଙ୍କ ଅବଦାନକୁ ସ୍ମରଣ
କରିଥିଲେ।
ସେ କହିଛନ୍ତି ଯେ, ତାଙ୍କ ଏହି ଯାତ୍ରା ସେଇ ଐତିହାସିକ ବିରାସତକୁ ସମ୍ମାନ ଦେବାର ଏକ ସୁଯୋଗ। ସେ ଭାରତୀୟ
ପ୍ରବାସୀମାନଙ୍କ ସାଂସ୍କୃତିକ ଜୀବନ୍ତତା ଓ ସେମାନଙ୍କର ସାମାଜିକ ଭୂମିକାକୁ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ମୋଦି ‘ଵସୁଧୈବ କୁଟୁମ୍ବକମ୍’ ନୀତିର ଉଲ୍ଲେଖ କରି କହିଥିଲେ ଯେ, ଟ୍ରିନିଦାଦ ଏବଂ ଟୋବେଗୋକୁ
ଭାରତର ପକ୍ଷରୁ ସଦା ସହଯୋଗ ମିଳିତ ରହିବ।
ପ୍ରଧାନମନ୍ତ୍ରୀ ମୋଦି ଭାରତର
ବିକାଶ ଯାତ୍ରା ବିଷୟରେ କଥା ହେବାକୁ ଯାଇ କହିଥିଲେ ଯେ, ଗତ ଦଶବର୍ଷ ଧରି ଦେଶ
ଆଧାରଭୂତ ସଂଗଠନ, ଡିଜିଟାଲ୍ ପ୍ରଯୁକ୍ତି, ହରିତ ଉର୍ଜା, ମହାକାଶ ଗବେଷଣା, ଉଦ୍ଭାବନ ଓ ଷ୍ଟାର୍ଟଅପ୍ ମାନ୍ୟରେ ଲୋକୋପଯୋଗୀ
ଉନ୍ନତି ହାସଲ କରିଛି। ସେ କହିଥିଲେ ଯେ, 25 କୋଟିରୁ ଅଧିକ ଲୋକଙ୍କୁ
ଅତ୍ୟଧିକ ଦାରିଦ୍ର୍ୟରୁ ବାହାର କରାଯାଇଛି ଏବଂ ଭାରତ ଶୀଘ୍ର ହିଁ ବିଶ୍ୱର ଶୀର୍ଷ 3 ଅର୍ଥ ବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା