ନୂଆଦିଲ୍ଲୀ, 4 ଜୁଲାଇ (ହି.ସ.)
-ରାଜ୍ୟସଭାର ୨୬୮ତମ
ଅଧିବେଶନ ୨୧ ଜୁଲାଇରୁ ଆରମ୍ଭ ହେବ। ଏହି ଅଧିବେଶନ ୨୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ଏହି ସମୟରେ
ମୋଟ ୨୧ଟି ବୈଠକ ହେବ।
ସଂସଦୀୟ ବୁଲେଟିନ୍ ଅନୁଯାୟୀ, ରାଷ୍ଟ୍ରପତି ୨୦୨୫ ଜୁଲାଇ ୨୧ (ସୋମବାର) ରେ ନୂଆଦିଲ୍ଲୀରେ ରାଜ୍ୟସଭା ବୈଠକ ଡାକିଛନ୍ତି।
କାର୍ଯ୍ୟର ଆବଶ୍ୟକତା ଅନୁଯାୟୀ, ଏହି ଅଧିବେଶନର ସମାପନ
ଗୁରୁବାର, ୨୧ ଅଗଷ୍ଟ ୨୦୨୫ରେ ହେବାକୁ ନିର୍ଦ୍ଧାରିତ ହୋଇଛି । ସ୍ୱାଧୀନତା
ଦିବସ ଉତ୍ସବର କାରଣରୁ ୧୩ ଓ ୧୪ ଅଗଷ୍ଟରେ ସଂସଦର କୌଣସି ବୈଠକ ହେବନାହିଁ। ଆସନ୍ତା ମୌସୁମୀ ଅଧିବେଶନ
ଅପରେସନ୍ ସିନ୍ଦୂର ପରେ ପ୍ରଥମ ସଂସଦ ଅଧିବେଶନ ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା