ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀ ଗିରଫ
ଭୁବନେଶ୍ୱର, 4 ଜୁଲାଇ (ହି.ସ.) - ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀ ଗିରଫ । ଆୟ ବହିର୍ଭୁତ ସଂପତି ଠୁଳ କରିବା ଅଭିଯୋଗରେ ବଲାଙ୍ଗିର କଂଟାବାଂଜି ପୂର୍ତ୍ତ ଡିଭିଜନ, ଟିଟିଲାଗଡ ପୂର୍ତ୍ତ ସବ୍ ଡିଭିଜନର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର
ସହକାରୀ କାର୍ଯ୍ୟନିର୍ବାହୀ     ଯନ୍ତ୍ରୀ ଦିଲେଶ୍ୱର ମାଝୀ ଗିରଫ


ଭୁବନେଶ୍ୱର, 4 ଜୁଲାଇ (ହି.ସ.)

- ସହକାରୀ

କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀ ଗିରଫ । ଆୟ ବହିର୍ଭୁତ ସଂପତି ଠୁଳ କରିବା

ଅଭିଯୋଗରେ ବଲାଙ୍ଗିର କଂଟାବାଂଜି ପୂର୍ତ୍ତ ଡିଭିଜନ, ଟିଟିଲାଗଡ ପୂର୍ତ୍ତ ସବ୍ ଡିଭିଜନର

ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦିଲେଶ୍ୱର ମାଝୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଆଜି

ତାଙ୍କୁ ବଲାଙ୍ଗିରର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ନିକଟରେ ହାଜର କରାଯିବ ।

ରେଡ୍ ବେଳେ ଦିଲେଶ୍ୱର

ମାଝୀଙ୍କ ନିକଟରେ ଆୟ ବହିର୍ଭୁତ ସଂପତି ଠୁଳ କରିଥିବା ଜଣାପଡିଥିଲା । ଏହି ସମ୍ପତ୍ତି ମଧ୍ୟରେ

ଚାରିଟି ଘର, ଗୋଟିଏ

ମାର୍କେଟ କମ୍ପ୍ଲେକ୍ସ, ୯ଟି ଉଚ୍ଚମୂଲ୍ୟର ଜମି, ୩୦୦ ଗ୍ରାମ ସୁନା, ୪୯.୪୫ ଲକ୍ଷରୁ ଅଧିକ ଥିବା ବ୍ୟାଙ୍କ ଜମା ଓ ୬.୫୭ ଲକ୍ଷ ନଗଦ ଟଙ୍କା ଠାବ କରାଯାଇଥିଲା,

ଯାହାର ସିଏ ସନ୍ତୋଷଜନକ ଉତର ଦେଇପାରିନାହାନ୍ତି।

ତାଙ୍କ ବିରୁଦ୍ଧରେ ସମ୍ବଲପୁର ଭିଜିଲାନ୍ସ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇ ତଦନ୍ତ ଜାରି

ରହିଛି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande