ଶ୍ରୀଜୀଉ ଙ୍କ ଅପେକ୍ଷାରେ ନାକଚଣା ଦ୍ୱାର ଓ ୩ ରଥ
ଶ୍ରୀଜୀଉ ଙ୍କ ଅପେକ୍ଷାରେ ନାକଚଣା ଦ୍ୱାର ଓ ୩ ରଥ ପୁରୀ 5 ଜୁଲାଇ (ହି.ସ.)-ଆଜି ଶନିବାର ମହାପ୍ରଭୁ ଙ୍କ ବାହୁଡ଼ାଯାତ୍ରା | ତିନି ରଥ ଓ ନାକଚଣାଦ୍ୱାର ଏବେ ପ୍ରଭୁ ଙ୍କ ଅପେକ୍ଷାରେ | ରଥ, ପଥ, ଭକ୍ତ ସମସ୍ତେ ମହାପ୍ରଭୁ ଙ୍କ ଅପେକ୍ଷାରେ ରହିଛନ୍ତି |କେତେବେଳେ କାଳିଆ ଠାକୁର ହଲି ହଲି ଝୁଲି ଝୁଲି ଟାହ
ଶ୍ରୀଜୀଉ ଙ୍କ ଅପେକ୍ଷାରେ ନାକଚଣା ଦ୍ୱାର ଓ ୩ ରଥ


ଶ୍ରୀଜୀଉ ଙ୍କ ଅପେକ୍ଷାରେ ନାକଚଣା ଦ୍ୱାର ଓ ୩ ରଥ

ପୁରୀ 5 ଜୁଲାଇ (ହି.ସ.)-ଆଜି ଶନିବାର ମହାପ୍ରଭୁ ଙ୍କ ବାହୁଡ଼ାଯାତ୍ରା | ତିନି ରଥ ଓ ନାକଚଣାଦ୍ୱାର ଏବେ ପ୍ରଭୁ ଙ୍କ ଅପେକ୍ଷାରେ | ରଥ, ପଥ, ଭକ୍ତ ସମସ୍ତେ ମହାପ୍ରଭୁ ଙ୍କ ଅପେକ୍ଷାରେ ରହିଛନ୍ତି |କେତେବେଳେ କାଳିଆ ଠାକୁର ହଲି ହଲି ଝୁଲି ଝୁଲି ଟାହିଆ ହଲାଇ ନାକଚଣା ଦ୍ୱାର ଅତିକ୍ରମ କରିବେ ତାଉପରେ ଭକ୍ତ ଙ୍କ ନଜର ରହିଛି | ଦ୍ୱାରଫିତା, ମଙ୍ଗଳ ଆଳତୀ, ପୁଷ୍ପାଞ୍ଜଳି ପରେ ପହଣ୍ଡି ଆରମ୍ଭ ହେବ | ପ୍ରଭୁ ସୁଦର୍ଶନ, ଶ୍ରୀବଳଭଦ୍ର, ମା ସୁଭଦ୍ରା, ଶ୍ରୀଜଗନ୍ନାଥ, ମଦନମୋହନ, ରାମକୃଷ୍ଣ ରଥ କୁ ବିଜେ କରିବେ| ଜନ୍ମବେଦୀ ରୁ ରତ୍ନାସିଂହାସନ କୁ ଫେରିବା ପାଇଁ ଏହି ଦକ୍ଷିଣାୟନ ରଥ ଯାତ୍ରା | ସାଢେ ୯ ଟା ପରେ ପହଣ୍ଡି ଆରମ୍ଭ ହେବ | ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷ ରୁ ସମସ୍ତ ଵେବସ୍ତା କରାଯାଇଛି |

---------------

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande