ଅମରନାଥ ଯାତ୍ରା- ଜମ୍ମୁରୁ ବାହାରିଲେ 7200 ତୀର୍ଥଯାତ୍ରୀଙ୍କ ଆଉ ଏକ ବ୍ୟାଚ
ଜମ୍ମୁ, 6 ଜୁଲାଇ (ହି.ସ.) -ଲଗାଣ ବର୍ଷା ମଧ୍ୟରେ, ରବିବାର ଭୋରରୁ 7,200 ରୁ ଅଧିକ ତୀର୍ଥଯାତ୍ରୀଙ୍କ ଏକ ନୂଆ ବ୍ୟାଚ ଦକ୍ଷିଣ କଶ୍ମୀର ହିମାଳୟରେ ଅମରନାଥ ମନ୍ଦିର ପାଇଁ ଏଠାରୁ ଆଧାର ଶିବିରରୁ ବାହାରିଛନ୍ତି । 3 ଜୁଲାଇରୁ ଆରମ୍ଭ ହୋଇଥିବା 38 ଦିନୀୟ ବାର୍ଷିକ ତୀ
ଅମରନାଥ ଯାତ୍ରା- ଜମ୍ମୁରୁ ବାହାରିଲେ 7200 ତୀର୍ଥଯାତ୍ରୀଙ୍କ ଆଉ ଏକ ବ୍ୟାଚ


ଜମ୍ମୁ, 6 ଜୁଲାଇ (ହି.ସ.)

-ଲଗାଣ ବର୍ଷା

ମଧ୍ୟରେ,

ରବିବାର ଭୋରରୁ 7,200 ରୁ ଅଧିକ ତୀର୍ଥଯାତ୍ରୀଙ୍କ ଏକ ନୂଆ ବ୍ୟାଚ

ଦକ୍ଷିଣ କଶ୍ମୀର ହିମାଳୟରେ ଅମରନାଥ ମନ୍ଦିର ପାଇଁ ଏଠାରୁ ଆଧାର ଶିବିରରୁ ବାହାରିଛନ୍ତି । 3

ଜୁଲାଇରୁ ଆରମ୍ଭ ହୋଇଥିବା 38 ଦିନୀୟ ବାର୍ଷିକ ତୀର୍ଥଯାତ୍ରା ରବିବାର ଦିନ 50,000 ତୀର୍ଥଯାତ୍ରୀଙ୍କ ସଂଖ୍ୟାକୁ ଅତିକ୍ରମ କରିଛି।

ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, 1,587 ଜଣ ମହିଳା ଓ 30 ଜଣ ଶିଶୁଙ୍କୁ ନେଇ 7,208 ତୀର୍ଥଯାତ୍ରୀଙ୍କ

ପଞ୍ଚମ ଦଳ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ 3:35 ରୁ 4:15 ମଧ୍ୟରେ ଭଗବତୀ ନଗର ଆଧାର

ଶିବିରରୁ ଦୁଇଟି ଅଲଗା କାଫିଲା ମାଧ୍ୟମରେ ଯାଇଛନ୍ତି ।

2 ଜୁଲାଇ ପରେ ଏହା ତୀର୍ଥଯାତ୍ରୀମାନେ ଯାଇଥିବା ସବୁଠୁ ବଡ଼ ଦଳ ଥିଲା । ଏହା ସହିତ, ମୋଟ 31,736 ତୀର୍ଥଯାତ୍ରୀ ଜମ୍ମୁ ଆଧାର ଶିବିରରୁ ଘାଟି ପାଇଁ ଯାଇଛନ୍ତି ।

ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ, 147ଟି ଗାଡ଼ିରେ 3,199 ତୀର୍ଥଯାତ୍ରୀ ସହିତ ପ୍ରଥମ କାଫିଲା

ଗାନ୍ଦରବଲ୍ ଜିଲ୍ଲାର ଛୋଟ କିନ୍ତୁ 14 କି.ମି. ଲମ୍ବା ବାଲଟାଲ୍ ପଥ ଅଭିମୁଖେ ଯାଇଛନ୍ତି। ଏହା

ପରେ,

160ଟି ଗାଡ଼ିରେ 4,009 ତୀର୍ଥଯାତ୍ରୀ ସହିତ ଦ୍ୱିତୀୟ କାଫିଲା

ଅନନ୍ତନାଗ୍ ଜିଲ୍ଲାର 48 କି.ମି. ଲମ୍ବା ପାରମ୍ପରିକ ପାହାଡ଼ିଆ ପହେଲଗାମ୍ ପଥରେ ଯାଇଛନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande