ପ୍ରଧାନମନ୍ତ୍ରୀ ମୋଦି ଦଲାଇ ଲାମାଙ୍କୁ ତାଙ୍କ ୯୦ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ
ନୂଆଦିଲ୍ଲୀ, ୬ ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ତାଙ୍କ ୯୦ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କୁ ପ୍ରେମ, କରୁଣା, ଧର୍ଯ୍ୟ ଏବଂ ନୈତିକ ଶୃଙ୍ଖଳାର ଏକ ଚିରସ୍ଥାୟୀ ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହି
ପ୍ରଧାନମନ୍ତ୍ରୀ ମୋଦି ଦଲାଇ ଲାମାଙ୍କୁ ତାଙ୍କ ୯୦ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ


ନୂଆଦିଲ୍ଲୀ, ୬ ଜୁଲାଇ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିବ୍ଦତୀୟ ଧର୍ମଗୁରୁ ଦଲାଇ ଲାମାଙ୍କୁ ତାଙ୍କ ୯୦ତମ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ସେ ତାଙ୍କୁ ପ୍ରେମ, କରୁଣା, ଧର୍ଯ୍ୟ ଏବଂ ନୈତିକ ଶୃଙ୍ଖଳାର ଏକ ଚିରସ୍ଥାୟୀ ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ତାଙ୍କ ବାର୍ତା ସମସ୍ତ ଧର୍ମର ଲୋକଙ୍କ ମଧ୍ୟରେ ସମ୍ମାନ ଏବଂ ପ୍ରଶଂସାର ଭାବନା ସୃଷ୍ଟି କରିଛି । ଏକ୍ସ ରେ ତାଙ୍କ ବାର୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ୧.୪ ବିଲିୟନ ଭାରତୀୟଙ୍କ ସହିତ ମିଶି ପରମ ଶ୍ରଦ୍ଧେୟ ଦଲାଇ ଲାମାଙ୍କୁ ତାଙ୍କ ୯୦ତମ ଜନ୍ମଦିନରେ ହାର୍ଦ୍ଧିକ ଶୁଭେଚ୍ଛା ଜଣାଉଛି । ସେ ପ୍ରେମ, କରୁଣା, ଧର୍ଯ୍ୟ ଏବଂ ନୈତିକ ଶୃଙ୍ଖଳାର ଏକ ଚିରସ୍ଥାୟୀ ପ୍ରତୀକ । ତାଙ୍କ ବାର୍ତା ସମସ୍ତ ଧର୍ମର ଲୋକଙ୍କ ମଧ୍ୟରେ ସମ୍ମାନ ଏବଂ ପ୍ରଶଂସାର ଭାବନା ସୃଷ୍ଟି କରିଛି । ଆମେ ତାଙ୍କର ଉତମ ସ୍ୱାସ୍ଥ୍ୟ ଏବଂ ଦୀର୍ଘ ଜୀବନ କାମନା କରୁଛୁ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande