ପାଟଣା, 6 ଜୁଲାଇ (ହି.ସ.)
- ଲୋକ ଜନଶକ୍ତି
ପାର୍ଟିର ଜାତୀୟ ଅଧ୍ୟକ୍ଷ ଚିରାଗ ପାଶୱାନ ଆସନ୍ତା ବିହାର ବିଧାନସଭା ନିର୍ବାଚନରେ ରାଜ୍ୟର
ସମସ୍ତ ୨୪୩ଟି ବିଧାନସଭା ଆସନରୁ ଲଢିବା ନେଇ ଘୋଷଣା କରିଛନ୍ତି। ଚିରାଗଙ୍କ ଏହି ଘୋଷଣା ଏନ୍ଡିଏ
ମେଂଟରେ ସାମିଲ ବିଜେପି ଓ ଜେଡିଏୟୁ ପାଇଁ ଚିନ୍ତାର କାରଣ ପାଲଟିଛି।
ଚିରାଗ ପାଶୱାନ ରବିବାର
ଛପରାର ରାଜେନ୍ଦ୍ର ଷ୍ଟାଡିଅମରେ ପାର୍ଟି ଦ୍ୱାରା ଆୟୋଜିତ 'ନବ-ସଙ୍କଳ୍ପ ମହାସଭା' କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ ଜନସଭାକୁ ସମ୍ବୋଧନ
କରି ବକ୍ତବ୍ୟ ଦେଉଥିବା ବେଳେ ଚିରାଗ କହିଥିଲେ: ଆଜି ସାରଣର ଏହି ପବିତ୍ର ମାଟିରୁ ମୁଁ
ଆପଣମାନଙ୍କ ସମ୍ମୁଖରେ କହୁଛି – ହଁ,
ମୁଁ ନିର୍ବାଚନ ଲ଼ଢ଼ିବି। ମୁଁ ନିର୍ବାଚନ ଲ଼ଢ଼ିବି ବିହାରବାସୀଙ୍କ
ପାଇଁ,
ମୋ ଭାଇମାନେ, ମୋ ମାଆମାନେ, ମୋ ଭଉଣୀମାନଙ୍କ ପାଇଁ ଏବଂ ବିହାରରେ ଏମିତି ଏକ ବ୍ୟବସ୍ଥା ତିଆରି
କରିବାକୁ,
ଏମିତି ଏକ ବିହାର ତିଆରି କରିବାକୁ ପ୍ରସ୍ତୁତ ଯାହା ରାଜ୍ୟକୁ ବିକାଶର
ପଥରେ ଆଗକୁ ନେଇଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା