ଧର୍ମଶାଳା, 6 ଜୁଲାଇ (ହି.ସ.)- ତିବ୍ବତୀୟ
ଧର୍ମଗୁରୁ ଦଲାଇ ଲାମା ରବିବାର ୯୦ ବର୍ଷରେ ପାଦ ଦେଇଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ‘ମିନି ଲ୍ହାସା’ ବୋଲି ପରିଚିତ ମ୍ୟାକ୍ଲୋଡଗଞ୍ଜର ପ୍ରମୁଖ ବୌଦ୍ଧ ବିହାର
ଚୁଗଲାଖାଙ୍ଗରେ ଏକ ଭବ୍ୟ ଅନୁଷ୍ଠାନ ଆୟୋଜିତ ହେଲା। ଏହି ଅବସରରେ ଦଲାଇ ଲାମା କେକ କାଟିଥିଲେ
ଏବଂ ଅନୁଷ୍ଠାନରେ ଉପସ୍ଥିତ ନିଜ ଅନୁଗାମାଙ୍କ ପ୍ରତି କୃତଜ୍ଞତା ଜଣାଇଥିଲେ। ଏହି ସମୟରେ ଅନେକ
ପ୍ରମୁଖ ବ୍ୟକ୍ତିତ୍ୱ ସହିତ ଶତାଧିକ ତିବ୍ବତୀୟ ସମ୍ପ୍ରଦାୟ ଓ ଅନ୍ୟ ଅନୁଗାମୀମାନେ ଉପସ୍ଥିତ
ଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରମୁଖ ଭାବେ କେନ୍ଦ୍ରୀୟ ମନ୍ତ୍ରୀ କିରନ ରିଜିଜୁ, କେନ୍ଦ୍ରୀୟ ମନ୍ତ୍ରୀ ରାଜୀବ ରଞ୍ଜନ, ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ, ସିକ୍କିମର ଧାର୍ମିକ ମନ୍ତ୍ରୀ ସୋନମ୍, ହଲିଉଡ ଅଭିନେତା ରିଚାର୍ଡ ଗିରେ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା