କୁରୁକ୍ଷେତ୍ରରେ ନିର୍ମାଣ ହେବ ଗୀତାର 18 ଅଯୋଧ୍ୟା ସହିତ ଜଡିତ ଦ୍ୱାର
ଚଣ୍ଡିଗଡ, 6 ଜୁଲାଇ (ହି.ସ.) ଅଷ୍ଟକୋଶୀ ପରିକ୍ରମାରେ ହେବ ପୁନରୁଦ୍ଧାର - ଧର୍ମକ୍ଷେତ୍ର କୁରୁକ୍ଷେତ୍ରକୁ ଏକ ନୂତନ ପରିଚୟ ଦେବା ପ୍ରୟାସରେ ରାଜ୍ୟ ସରକାର ଏଠାରେ ଗୀତାର ୧୮ଟି ଅଧ୍ୟାୟ ଉପରେ ଆଧାରିତ ଦ୍ୱାର ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ଗୀତା ପ୍
କୁରୁକ୍ଷେତ୍ରରେ ନିର୍ମାଣ     ହେବ ଗୀତାର 18 ଅଯୋଧ୍ୟା ସହିତ ଜଡିତ ଦ୍ୱାର


ଚଣ୍ଡିଗଡ, 6 ଜୁଲାଇ (ହି.ସ.)

ଅଷ୍ଟକୋଶୀ ପରିକ୍ରମାରେ

ହେବ ପୁନରୁଦ୍ଧାର

- ଧର୍ମକ୍ଷେତ୍ର

କୁରୁକ୍ଷେତ୍ରକୁ ଏକ ନୂତନ ପରିଚୟ ଦେବା ପ୍ରୟାସରେ ରାଜ୍ୟ ସରକାର ଏଠାରେ ଗୀତାର ୧୮ଟି ଅଧ୍ୟାୟ

ଉପରେ ଆଧାରିତ ଦ୍ୱାର ତିଆରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାସହିତ ଗୀତା ପ୍ରତି

ଭକ୍ତମାନେ ଓ ପର୍ଯ୍ୟଟକମାନେ ଆକୃଷ୍ଟ ହେବା ପାଇଁ ଗୀତା ଅଧ୍ୟୟନ, ଧ୍ୟାନ ଓ ଗବେଷଣା କେନ୍ଦ୍ର ତିଆରି କରାଯିବ। ସମ୍ପ୍ରତି ହୋଇଥିବା

କୁରୁକ୍ଷେତ୍ର ବିକାଶ ବୋର୍ଡର ୮୨ତମ ବୈଠକରେ ନିଆଯାଇଥିବା ସିଦ୍ଧାନ୍ତଗୁଡ଼ିକୁ କାର୍ଯ୍ୟକାରୀ କରିବା

ପାଇଁ କାମ ଏବେ ଆରମ୍ଭ ହୋଇଯାଇଛି।

ନୂଆ ଯୋଜନାନୁସାରେ

ଧର୍ମନଗରୀ କୁରୁକ୍ଷେତ୍ରରେ ଗୀତାର ୧୮ଟି ଅଧ୍ୟାୟ ଉପରେ ଆଧାରିତ ୧୮ଟି ଭବ୍ୟ ଦ୍ୱାର ତିଆରି

କରାଯିବ। ପିପଳୀ ଗୀତା ଦ୍ୱାର ଓ ସନ୍ନିହିତ ସରୋବର ସୂର୍ଯ୍ୟ ଦ୍ୱାର ତିଆରି କରାଯାଇଛି।

ରାଜ୍ୟପାଳଙ୍କ ଉପସ୍ଥିତିରେ ହୋଇଥିବା ବୈଠକ ପରେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସେନୀ କୁରୁକ୍ଷେତ୍ର

ବିକାଶ ବୋର୍ଡକୁ ସମସ୍ତ ଦ୍ୱାର ତିଆରି ପାଇଁ ଏକ ଯୋଜନା ଖସଡା ପ୍ରସ୍ତୁତ କରିବା ନିର୍ଦେଶ

ଦେଇଛନ୍ତି। ସେହି ସ୍ଥାନଗୁଡ଼ିକୁ ମଧ୍ୟ ଚିହ୍ନଟ କରାଯିବା, ଯେଉଁଠି ଏହି ଦ୍ୱାରଗୁଡ଼ିକୁ ତିଆରି କରାଯିବ। ଏହି ସ୍ଥାନଗୁଡ଼ିକ

ମଧ୍ୟରେ ପିହୋୱା ରୋଡ଼ ଜ୍ୟୋତିସର, କୁରୁକ୍ଷେତ୍ର-କୈଥଲ ମାର୍ଗ, ଝାଂସା ରୋଡ଼ ଓ ସେକ୍ଟର-୩ ବାଇପାସ ସହିତ ଅନ୍ୟାନ୍ୟ କିଛି ସ୍ଥାନ

ସାମିଲ ଅଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande