ଭଦ୍ରକ, ୮ ଜୁଲାଇ (ହି.ସ.) - ଭଦ୍ରକ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ଦୁଇଦିନ ଧରି ଭଦ୍ରକ ପୌରପାଳିକା ସଭାଗୃହ ରେ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ଙ୍କ ଜାତୀୟ ତାଲିମ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭଦ୍ରକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସହରାଂଚଳରେ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ଓ ସୁପରଭାଇଜର ମାନେ ଅଂଶଗ୍ରହଣ କରିଥିଲେ। ଉକ୍ତ ତାଲିମ ଶିବିର ରେ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ତାପସ କୁମାର ସାମଲ ଏବଂ ଭଦ୍ରକ ତହସିଲ ରାଜସ୍ୱ ପରିଦର୍ଶକ ଜ୍ୟୋତିରଂଜନ ପଣ୍ଡା ଉପସ୍ଥିତ ରହି ତାଲିମ ପ୍ରଦାନ ସହ ଶିବିରଟିକୁ ସଫଳ କରିଥଲେ ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ