ଜୟପୁର, ୧୦ ଜୁଲାଇ (ହି.ସ.)- ଗରୁ ପୂର୍ଣିମା ଅବସରରେ ଜୟପୁର ଢେପଗୁଡା ସ୍ଥିତ ସିରିଡି ସାଇ ବାବା ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା । ମନ୍ଦିର ତରଫରୁ ସାଇ ବାବାଙ୍କ ନିକଟର ଆଜି ଅପରାହ୍ନ ୧ଟା ସମୟରେ ଅଭିଷେକ, ପୁଜା, ହୋମ ଆଳତି ଆଦି କରାଯାଇଥିଲା । ଶ୍ରଦ୍ଧାଳୁ ମାନେ ହାତରେ ନଡିଆ କଦଳି ଧରି ଲମ୍ବା ଲାଇନରେ ସାଇ ବାବାଙ୍କୁ ଦର୍ଶନ କରିଥିଲେ । ଗୁରୁ ପୂର୍ଣିମାରେ ସାଇ ବାବାଙ୍କ ପାଦ ସ୍ପର୍ଶ କଲେ ମହାପୂଣ୍ୟ ମିଳିଥାଏ ବୋଲି ପ୍ରବାଦ ରହିଛି । ଏନେଇ ଭକ୍ତ ମାନେ ସାଇ ବାବାଙ୍କ ମୂର୍ତିରେ ପାଦ ସ୍ପର୍ଶ କରିଥିଲେ । ସେହିପରି ଗଣେଷ ମନ୍ଦିର ପରିସରରେ ଥିବା ସାଇ ମନ୍ଦିର, ବାଙ୍କମଠରେ ଥିବା ସାଇ ମନ୍ଦିର, ଟାଙ୍କୁଆ ସ୍ଥିତ ସାଇ ମନ୍ଦିର, ଗାଗନାପୁର ସ୍ଥିତ ସାଇ ମନ୍ଦିରରରେ ମଧ୍ୟ ଗୁରୁ ପୂର୍ଣିମା ଅବସରରେ ସ୍ୱତନ୍ତ୍ର ପୁଜା ପାଠ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି