ଜୟପୁର, ୧୦ ଜୁଲାଇ (ହି.ସ.)- ଜୟପୁର ବ୍ଲକ ସଭାଗୃହରେ ଆଜି ଜାତୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ପ୍ରଶିକ୍ଷଣ ଶିବିରରେ ଜୟପୁର ବିଡିଓ ଶକ୍ତି ମହାପାତ୍ର ଏବିଡିଓ ମନୋଜ ନାୟକ, ବିଏଲଓ ସୁପର ଭାଇଜର ପ୍ରମୁଖ ଉପସ୍ଥିତ ରହି ତାଲିମ ଦେଇଥିଲେ । ଏଠାରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ ଦିଆଯାଇଥିଲା । ଦୁଇ ଦିନ ଧରି ଚାଲିବ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ନୂତନ ଭୋଟରଙ୍କ ନାମ ପଞ୍ଜିକରଣ, ସଂଶୋଧନ ଓ ବାଦ ନେଇଥିବା ନିର୍ବାଚନ କମିଶନଙ୍କ ପକ୍ଷରୁ ବିଭିନ୍ନ ଧାରା ଓ ଉପଧାରା ସଂପର୍କରେ ଶିକ୍ଷକ କିରଣ ମହାରଣା ପ୍ରଶିକ୍ଷଣ ଦେଇଥିଲେ । ବୁଥ ସ୍ତରୀୟ ଅଧିକାରୀଙ୍କ ଭୁମିକା ଏବଂ କତ୍ତବ୍ୟ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା । ଘର ଘର ସର୍ଭେ କରିବା ଭୋଟରଙ୍କ ଘରକୁ ଯିବା ସମୟରେ ନିଜ ପରିଚୟ ଦେବା, ପରିଚୟ ପତ୍ର, ନିଯୁକ୍ତି କ୍ରମ ଦେଖାଇବା ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଘରକୁ ଆସିଥିବା ସୂଚନା ଦେବା ଆଦି ପ୍ରଶିକ୍ଷଣ ଦିଆଯାଇଥିଲା । ଜୟପୁର ବ୍ଲକରେ ୯୯ଟି ବୁଥ ବିଏଲଓଙ୍କ ମଧ୍ୟରୁ ଆଜି ୫୦ ଜଣ ବିଏଲଓ ୧୦ ଜଣ ବିଏଲଓ ସୁପରଭାଇଜକଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।
ହିନ୍ଦୁସ୍ଥାନ ସମାଚାର / ପିକେପି