ନୂତନ ଉପନିବନ୍ଧକ ଦାୟିତ୍ୱ ନେଲେ କଳ୍ପିତା କୁମାରୀ ଜେନା
ଧର୍ମଶାଳା,୧୦ ଜୁଲାଇ (ହି.ସ.)- ଯାଜପୁର ଜିଲା ବଡଚଣା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ନୂତନ ଉପନିବନ୍ଧକଭାବେ କଳ୍ପିତା କୁମାରୀ ଜେନା କାର୍ଯ୍ୟରେ ଯୋଗ ଦେଇଛନ୍ତି । କାର୍ଯ୍ୟାଳୟରେ ପଂହଚି ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ମୋହରି ସଂଘର ସଭାପତି ଅନନ୍ତ ଚରଣ ପୃଷ୍ଟି,ଭେଣ୍ଡର ସଂଘର ସଭାପତି ରବି
ନୂତନ ଉପନିବନ୍ଧକ ଦାୟିତ୍ୱ ନେଲେ କଳ୍ପିତା କୁମାରୀ ଜେନା


ଧର୍ମଶାଳା,୧୦ ଜୁଲାଇ (ହି.ସ.)- ଯାଜପୁର ଜିଲା ବଡଚଣା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ନୂତନ ଉପନିବନ୍ଧକଭାବେ କଳ୍ପିତା କୁମାରୀ ଜେନା କାର୍ଯ୍ୟରେ ଯୋଗ ଦେଇଛନ୍ତି । କାର୍ଯ୍ୟାଳୟରେ ପଂହଚି ଦାୟିତ୍ୱଭାର ଗ୍ରହଣ କରିଛନ୍ତି । ଏହି ଅବସରରେ ମୋହରି ସଂଘର ସଭାପତି ଅନନ୍ତ ଚରଣ ପୃଷ୍ଟି,ଭେଣ୍ଡର ସଂଘର ସଭାପତି ରବିନ୍ଦ୍ର ନାଥ ଦାଶଙ୍କ ସମେତ ସମସ୍ତ ମୋହରି ଓ ଭେଣ୍ଡର ସଂଘର ସମସ୍ତ ସଦସ୍ୟ ଉପସ୍ଥିତ ରହି ଶ୍ରୀମତୀ ଜେନାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବାରମ୍ବାର ଦାବି ପରେ ବଡଚଣା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ନୂତନ ଅଧିକାରୀ ନିଯୁକ୍ତ ହୋଇଥିବାରୁ ସଂଘ ପକ୍ଷରୁ ବଡଚଣା ବିଧାୟକ ଅମର ନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଦୀର୍ଘ ଦିନ ହେବ ଏହି କାର୍ଯ୍ୟାଳୟରେ ନିୟମିତ ଉପନିବନ୍ଧକ ନ ଥିଲେ । ଫଳରେ ଜମିଜମା କାର୍ଯ୍ୟରେ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଆସୁଥିଲେ । ଦର୍ପଣ ଅତିରିକ୍ତ ତହସିଲଦାର ବିରାଜ ପ୍ରସାଦ ରାୟ ଏହି ପଦବୀରେ ରହିଥିଲେ । ତହସିଲର କାର୍ଯ୍ୟ ସହିତ ଉପନିବନ୍ଧକ ଭାବେ ସେ ଉଭୟ କାର୍ଯ୍ୟଭାର ସମ୍ଭାଳୁ ଆସୁଥିଲେ । ଲୋକଙ୍କ ଜମି ବିକ୍ରୀ ଖର୍ଦ୍ଦିରେ ସରକାରୀ ନିୟମ ଅନୁସାରେ ସମସ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ନୂତନଭାବେ ଦାୟିତ୍ୱ ନେଇଥିବା ଉପନିବନ୍ଧକ ଶ୍ରୀମତୀ ଜେନା ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande