ଇସଲମାବାଦ, 8 ଜୁଲାଇ (ହି.ସ.)
- ପାକିସ୍ତାନରେ ମୌସୁମୀର
ପ୍ରଥମ ବର୍ଷାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ବାଲୁଚିସ୍ତାନ, ଖୈବର ପଖ୍ତୁନଖ୍ୱା, ଇସଲମାବାଦ ଓ
ରାୱାଲପିଣ୍ଡିରେ ମୃତ୍ୟୁ ଘଟିଛି। ଏହା ମଧ୍ୟରେ ଜାତୀୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଆଜି ଓ
ଆସନ୍ତାକାଲି ଦେଶର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଓ ବନ୍ୟାର ପୂର୍ବାନୁମାନ ଜାରି କରିଛି।
ଡନ୍ ସମ୍ବାଦପତ୍ରର ଖବର
ଅନୁସାରେ, ଜାତୀୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର ଜୁଲାଇ ୧୦ ତାରିଖ
ପର୍ଯ୍ୟନ୍ତ ମଧ୍ୟମରୁ ପ୍ରବଳ ମୌସୁମୀ ବର୍ଷା ଏବଂ ପ୍ରାୟ ସମସ୍ତ ନଦୀରେ ବନ୍ୟାର ପୂର୍ବାନୁମାନ
ଜାରି କରିଛି।
ପ୍ରଧାନମନ୍ତ୍ରୀ ଶେହବାଜ୍
ଶରୀଫ୍ ଜାତୀୟ ଆପଦା ବ୍ୟବସ୍ଥାପନ ପ୍ରାଧିକରଣଓ ଅନ୍ୟାନ୍ୟ
କର୍ତ୍ତୃପକ୍ଷଙ୍କୁ ସମ୍ଭାବ୍ୟ ଆପାତକାଳୀନ ପରିସ୍ଥିତି, ବିଶେଷକରି ବନ୍ୟା
ସମ୍ବନ୍ଧୀୟ ଦୁର୍ଘଟଣା ପାଇଁ ହାଇଆଲର୍ଟରେ ରହିବାକୁ ନିର୍ଦେଶ ଦେଇଛନ୍ତି।
ପ୍ରାନ୍ତୀୟ ଆପଦା
ବ୍ୟବସ୍ଥାପନ ପ୍ରାଧିକରଣ କହିଛି ଯେ, ବାଲୁଚିସ୍ତାନରେ ଗତ ୪୮
ଘଣ୍ଟା ଧରି ହୋଇଥିବା ବର୍ଷାରେ ଅତି କମରେ ସାତଜଣ ମୃତ୍ୟୁବରଣ କରିଛନ୍ତି ଏବଂ ଅନେକ ଲୋକ ଆହତ
ହୋଇଛନ୍ତି। ବାଲୁଚିସ୍ତାନର ପ୍ରାୟ ୨୨ଟି ଜିଲ୍ଲା ବର୍ଷାରେ ପ୍ରଭାବିତ ହୋଇଛି। ଏହା ସହିତ ୨୨ଟି
ଘର କ୍ଷତିଗ୍ରସ୍ତ ହୋଇଛି ଏବଂ ୫ଟି ଘର ସଂପୂର୍ଣ୍ଣ ଭାବେ ଧ୍ୱଂସ ହୋଇଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା