ଭୁବନେଶ୍ୱର, 8 ଜୁଲାଇ (ହି.ସ.)- ରାଜ୍ୟରେ
ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ । ୭ ଦଫା ଦାବି ନେଇ ଡ୍ରାଇଭର ମହାସଂଘର ଆନ୍ଦୋଳନ । ମୁଖ୍ୟତଃ
ପୋଲିସକୁ ଗାଡ଼ି ଚେକିଂ କ୍ଷମତା ପ୍ରଦାନ ପ୍ରକ୍ରିୟାକୁ ବିରୋଧ କରାଯାଇଛି । ବିଭିନ୍ନ ସ୍ଥାନରେ
ପ୍ରଭାବ ପରିଲକ୍ଷିତ,
ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଅନ୍ୟପଟେ ଓଡ଼ିଶା
ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନକୁ ବିରୋଧ କରିଛି ଓଡ଼ିଶା ସଡ଼କ ପରିବହନ ଶ୍ରମିକ
ମହାସଂଘ ମିଳିତ ମଞ୍ଚ । କୌଣସି ଡ୍ରାଇଭର କିମ୍ବା ଟ୍ରାନ୍ସପୋର୍ଟ ୱାର୍କର ସଂଘ ଆନ୍ଦୋଳନକୁ
ସମର୍ଥନ କରୁନାହିଁ । ସରକାର ସୁରକ୍ଷା ଦେଲେ ଯାନବାହନ ଚଳାଚଳ ସ୍ବାଭାବିକ ରହିବ ବୋଲି ଓଡ଼ିଶା
ସଡ଼କ ପରିବହନ ଶ୍ରମିକ ମହାସଂଘ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା