କୋଲକାତା, 9 ଜୁଲାଇ
(ହି.ସ)-କେନ୍ଦ୍ର ସରକାରଙ୍କ ନୀତି ବିରୁଦ୍ଧରେ ଦେଶବ୍ୟାପୀ ଦଶଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ
ଦ୍ୱାରା ଡାକରା ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ବୁଧବାର ପଶ୍ଚିମବଙ୍ଗରେ ମଧ୍ୟ ଦେଖିବାକୁ
ମିଳିଛି।ଦକ୍ଷିଣ କୋଲକାତାର ଯାଦବପୁରରେ ପ୍ରତିବାଦ ସମୟରେ ବଡ ଧରଣର ବିଶୃଙ୍ଖଳା ଦେଖାଯାଇଥିବାବେଳେ
ଅଳିଆ ଏବଂ ଟାୟାର ଜଳାଇ କୁଶପୁତ୍ତଳିକା ପୋଡାଯାଇଥିଲା।ଏହି
ସମୟରେ ନିଆଁ ବ୍ୟାପିଯାଇଥିଲା ଏବଂ ପାଖରେ ଥିବା ଏକ ଦୋକାନ ଏଥିରେ ଫସିଯାଇଥିଲା।ପୋଲିସ
ଯେତେବେଳେ ନିଆଁ ଲିଭାଇବାକୁ ପହଁଞ୍ଚିଲା,ସେତେବେଳଏ ଗଣ୍ଡଗୋଳ ମଧ୍ୟରେ ଏକ ପୋଲିସ କର୍ମୀଙ୍କ ଜୋତା
ମଧ୍ୟ ନିଆଁ ଲାଗିଯାଇଥିଲା।ଘଟଣାସ୍ଥଳରେ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଥିଲା।ଘଟଣା ଯାଦବପୁର
ଆଠବି ବସ ଷ୍ଟାଣ୍ଡ ନିକଟରେ ଘଟିଥିବା ରିପୋର୍ଟ କରାଯାଇଛି,ଯେଉଁଠାରେ ପ୍ରଦର୍ଶନକାରୀମାନେକେନ୍ଦ୍ର ସରକାରଙ୍କ ଶ୍ରମ ନୀତି ବିରୁଦ୍ଧରେ ପ୍ରତିବାଦ
ଜଣାଇ ଟାୟାର ଜଳାଇ ଏବଂ କୁଶପୁତ୍ତଳିକା ଦାହ କରିଥିଲେ।ଏହି ସମୟରେ ଗାଙ୍ଗୁଲିବାଗାନ,ବାଘାଯତିନ
ଷ୍ଟେସନ ଏବଂ ଯାଦବପୁରଷ୍ଟେସନ ମଧ୍ୟ ବାମପନ୍ଥୀ ସମର୍ଥକମାନଙ୍କର
ବଡ ଶୋଭାଯାତ୍ରା ବାହାର କରାଯାଇଥିଲା।ବାଘାଯତିନ ରେଲୱେ ଷ୍ଟେସନର ପ୍ଲାଟଫର୍ମରେ ପ୍ଲାକାର୍ଡ ସହିତ
ସ୍ଲୋଗାନ ଦିଆଯାଇଥିଲା।ତଥାପି ପ୍ରଶାସନ ରେଳ ଚଳାଚଳ ବାଧାପ୍ରାପ୍ତ ହେବ ନାହିଁ ବୋଲି ଦାବି କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା