କେନ୍ଦୁଝର, 9 ଜୁଲାଇ (ହି.ସ.) ଆଜି କଂଗ୍ରେସ, ସିପିଆଇ, ସିପିଏମ ସମର୍ଥିତ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆ ଯାଇଛି। ଏନେଇ ବିଭିନ୍ନ ସ୍ଥାନର ଶ୍ରମିକ ସଂଗଠନ କର୍ମକର୍ତ୍ତା ମାନେ ପ୍ଲାକ କାର୍ଡ ଧରି ପିକେଟିଂ କରିବା ସହ ବ୍ୟାଙ୍କ, ପୋଷ୍ଟ ଅଫିସ, ଘରୋଇ ପ୍ରତିଷ୍ଠାନ ଗୁଡିକ ବନ୍ଦ କରିଛନ୍ତି। ଏନେଇ କେନ୍ଦୁଝର ସହରର ଗାନ୍ଧୀ ଛକ ଠାରେ ବିଭନ୍ନ ଶ୍ରମିକ ସଂଗଠନ ପକ୍ଷରୁ ସକାଳୁ ବସ, ସ୍କୁଲ ବସ ଆଦି ଅଟକାଇ ବନ୍ଦ ପାଳନ କରଯାଇଥିଲା। କିନ୍ତୁ ଏହାର ପ୍ରଭାବ କୌଣସି ସରକାରି ଅଫିସ, ଦୋକାନ ବଜାର ଆଦି ଉପରେ ପଡ଼ି ନଥିବା ପରିଲକ୍ଷିତ ହୋଇଥିଲା। ଯାହା ଫଳରେ କେନ୍ଦୁଝର ସହରରେ ଜନ ଜିବନ ସ୍ଵାଭାବିକ ଥିଲା କେବଳ ଡ୍ରାଇଭର ମହାସଂଘ ପକ୍ଷରୁ ଦିଆ ଯାଇଥିବା ବନ୍ଦ ଯୋଗୁଁ ଜୀବନଯାତ୍ରା ବ୍ୟାହତ ହୋଇଛି। ଫଳରେ ସହରରେ ଏହି ଭାରତ ବନ୍ଦ ପ୍ରଭାବ ଶୂନ୍ୟ ହୋଇଛି।
ହିନ୍ଦୁସ୍ଥାନ ସମାଚାର / SANTOSH MOHAPATRA