ଜୟପୁର, ୧୦ ଜୁଲାଇ (ହି.ସ.)- ଅପରକୋଲାବ ପ୍ରକଳ୍ପର ମୂଳାସର ଖଣ୍ତିଆଗୁଡା ରାସ୍ତାରେ ଥିବା ବ୍ରିଜ ଶୋଚନୀୟ ହୋଇପଡିଛି। ବାରମ୍ବାର ଅଭିଯୋଗ ପରେ ବି ମରାମତି ଦିଗରେ ପ୍ରକଳ୍ପ କର୍ତ୍ତୁପକ୍ଷ ପଦକ୍ଷେପ ନେଉ ନାହାନ୍ତି ବୋଲି ଗତକାଲି ଅଭିଯୋଗ ଦେବା ପରେ ଆଜି ଚିଫ ଇଞ୍ଜିନିୟର ଯୁଗଳ କିଶୋର ଖଟୁଆ, ଅତିରିକ୍ତ ଚିଫ ଇଞ୍ଜିନିୟର ଶିବ ପ୍ରସାଦ ପାଣିଗ୍ରାହୀ ଏବ˚ ଏସଡିଓ ରଜନୀକାନ୍ତ ମିଶ୍ର ଘଟଣାସ୍ଥଳ ବୁଲି ଦେଖିଥିଲେ। ବର୍ଷା ସରିଲେ ଖୁବଶିଘ୍ର କାମ ଆରମ୍ଭ କରାଯିବ ବୋଲି ବିଭାଗୀୟ ଅଧିକାରୀ ମାନେ ପ୍ରତିଶୃତି ଦେଇଥିଲେ। ପ୍ରକାଶ ଥାଉକି, ମୂଳାସର ଖଣ୍ତିଆଗୁଡା ଯିବାକୁ କେନାଲ ଉପରେ ତିଆରି ହୋଇଥିବା ପୋଲ ଅବସ୍ଥା ଭଲ ନାହିଁ। ଉଭୟ ପଟର ସୁରକ୍ଷା କାନ୍ଥ ଭାଙ୍ଗି ଯାଇଛି। ୨ ଏବ˚ ୩ ଚକିଆ ଗାଡି ଗଲେ ବ୍ରିଜ ହଲୁଛି। ପୋଲରୁ ପଡି ଅନେକ ଆହତ ହେଲେଣି, ଗୃହପାଳିତ ପଶୁ ପଡି ଗୁରୁତର ହୋଇଛନ୍ତି। ରାଜି ହେଲେ ସମସ୍ୟା ବଢି ଯାଉଛି। ବଡ ଧରଣର ଅଘଟଣ ଘଟିଲେ କିଏ ଦାୟୀ ରହିବ। ମରାମତି ଲାଗି ଗ୍ରାମବାସୀ ମାନେ ଅନେକ ଥର ଲିଖିତ ଅଭିଯୋଗ କରିବା ପରେ ବି ବିଭାଗିୟ ଅଧିକାରୀ ମାନେ କୌଣସି ପଦକ୍ଷେପ ନେଉନାହାନ୍ତି ବୋଲି ଅଭିଯୋଗ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ପିକେପି