ଗୁପ୍ତେଶ୍ୱର ଶୈବପୀଠରେ ବୋଲପାଇଁ ପ୍ରସ୍ତୁତି ବୈଠକ
ଜୟପୁର, ୯ ଜୁଲାଇ (ହି.ସ.) - ଜୟପୁର ଉପ ଜିଲ୍ଲାପାଳଙ୍କ ସଭାଗୃହ ରେ ଆସନ୍ତା ଶ୍ରାବଣ ମାସ ବୋଲବୋମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଏ.ସସ୍ୟାରେଡ୍ଡୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଏସଡିପିଓ ପାର୍ଥ କଶ୍ୟପ, ଅତିରିକ୍ତ ତହସିଲଦାର ଚିତରଞ୍ଜନ ପଟ୍ଟନାୟକ, ଗୋଷ୍ଠୀ
ଗୁପ୍ତେଶ୍ବର ଶୈବପୀଠରେ ବୋଲପାଇଁ ପ୍ରସ୍ତୁତି ବୈଠକ


ଜୟପୁର, ୯ ଜୁଲାଇ (ହି.ସ.) - ଜୟପୁର ଉପ ଜିଲ୍ଲାପାଳଙ୍କ ସଭାଗୃହ ରେ ଆସନ୍ତା ଶ୍ରାବଣ ମାସ ବୋଲବୋମ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ଏ.ସସ୍ୟାରେଡ୍ଡୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଏସଡିପିଓ ପାର୍ଥ କଶ୍ୟପ, ଅତିରିକ୍ତ ତହସିଲଦାର ଚିତରଞ୍ଜନ ପଟ୍ଟନାୟକ, ଗୋଷ୍ଠୀ ଉନ୍ନୟନ ଅଧିକାରି ଶକ୍ତି ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଆଗାମୀ ସୋମବାର ଠାରୁ ଶ୍ରାବଣ ମାସର ପ୍ରଥମ ସୋ ମବାର ହେଉଥିବା ଯୋଗୁଁ କାଉଡିଆ ମାନଙ୍କ ଦେଖାଦେବ। ତେଣୁ କାଉଡିଆ ମାନେ କିପରି ଶାନ୍ତି ଶୃଙ୍ଖଳାର ସହ ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ କରିବା ସହ ଶିବଲିଙ୍ଗରେ ପାଣି ଢାଳିବେ ସେନେଇ ଆଲୋଚନା କରାଯାଇଥିଲା। ଉପଜିଲ୍ଲାପାଳ ଗୁପ୍ତେଶ୍ୱରରେ କିପରି ପାନୀୟ ଜଳର ସମସ୍ୟା ଦେଖା ନଦିଏ ସେଥିପ୍ରତି ଧ୍ୟାନ ଦେବାକୁ କହିଥିଲେ। ସେହିପରି ଡାଇରିଆ, ଝାଡା ବାନ୍ତି ପାଇଁ କାଉଡିଆ ମାନେ ଭୟ କରୁଥିବା ଯୋଗୁଁ ଯେପରି କିଛି ଅସୁବିଧା ନ ଉପୁଜେ ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେବାକୁ କହିଥିଲେ। ଆସନ୍ତା ଶୁକ୍ରବାର ଠାରୁ ଗୁପ୍ତେଶ୍ୱରରେ ସମସ୍ତ କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଧେଶ ଦେଇଥିଲେ। ବିଶେଷ କରି ପରିମଳ ବ୍ୟବସ୍ଥା ଓ ଧାଡି ଦର୍ଶନ ଉପରେ ଗୁରୁତ୍ୱ ଦେବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଧେଶ ଦିଆଯାଇଥିଲା। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରି ମାନେ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande