ଜୟପୁର, ୯ ଜୁଲାଇ (ହି.ସ.) - ଓଡିଶା ଡ୍ରାଇଭର ମହାସଂଘ ତରଫରୁ ଷ୍ଟିୟରିଙ୍ଗ ଛକ୍ଷଡ ଆନ୍ଦୋଳନ ଦ୍ୱିତୀୟ ଦିନରେ ପହଂଚିଛି । କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ରେ ମଧ୍ୟ ଅନ୍ଦୋଲନ ଜୋର୍ ସୋର ରେ ଚାଲିଛି । ଏହି ଆନ୍ଦୋଳନ କୁ ବୋରିଗୁମ୍ମକ୍ଷ ପ୍ରେସ କ୍ଲବ୍ ତରଫରୁ ସମର୍ଥନ ଜଣା ଯାଇଛି । ସାତ ଦଫା ଦାବି ରେ ଡ଼୍ରାଇଭର ମହା ସଂଘ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା ରେ ବସିଛନ୍ତି । ବୋରିଗୁମ୍ମା ଡ଼୍ରାଇଭର ସଂଘଙ୍କ ବାର୍ତା ଗଣମାଧ୍ୟମ ସାହାଯ୍ୟ ରେ ସରକାରଙ୍କ ପାଖକୁ ପହଂଚାଇବା ପାଇଁ ପ୍ରେସ କ୍ଲବ୍ ସବୁବେଳେ ସାଥିରେ ରହିଛି ବୋଲି ପ୍ରେସ କ୍ଲବ୍ ସଭାପତି ବିଜୟ ନାରାୟଣ ସାହୁ ପ୍ରତିକ୍ରିୟା ଦେଇଛନ୍ତି । ପ୍ରେସ କ୍ଲବ୍ ର ଅନ୍ୟାନ୍ୟ ସଦସ୍ୟ ମାନେ ମଧ୍ୟ ନିଜ ଉପସ୍ଥିତି ଜାହିର କରିବା ସହ ଡ଼୍ରାଇଭର ଭାଇଙ୍କ ଧାରଣକ୍ଷକୁ ସମର୍ଥନ କରିଥଲେ । ଡ଼୍ରାଇଭର ହେଉଛନ୍ତି ଦେଶର ର ଗୋଟାଏ ଗୁରୁତ୍ୱ ପୂର୍ଣ୍ଣ ଅଙ୍ଗ ତେଣୁ ସେମାନଙ୍କ ନ୍ୟାର୍ଯ୍ୟ ଦାବୀ ଉପରେ ସରକାର ଗୁରୁତ୍ୱ ଦେବା କୁ ପଡ଼ିବ ବୋଳି ପ୍ରେସ କ୍ଲବ୍ ସଦସ୍ୟ ପ୍ରତିକ୍ରିୟା ଦେଈଛନ୍ତି । କେ ସକିଲ ଦୋରା, ଏନ ପିମ୍ପସ କୁମାର,ରଞ୍ଜନ ମିଶ୍ର, ଜି.ମୋହନ ଦୋରା, ରବି ମହାପାତ୍ର, ସୁଶାନ୍ତ ପଣ୍ଡା ,ମାନସ ହୋତା, ଗୋପାଳ ଡ଼ଙ୍ଗରି, ରୀଙ୍କୁ ପଟ୍ଟନାୟକ, ସିମା ମହାରଣା, ଅଭିଳାଷ ପଟ୍ଟନାୟକ,ମାନସ ରଥ , ଅନନ୍ତ ରାଓ, ସୁଜିତ ପଣ୍ଡା ପ୍ରମୁଖ ଧାରଣା ରେ ଯୋଗ ଦେଇଥିଲେ । ପ୍ରେସ କ୍ଲବ୍ ର ସମର୍ଥନ ଯୋଗୁଁ ଓଡିଶା ଡ଼୍ରାଇଭର ମହାସଂଘ ର ସଭାପତି ସୁଜିତ୍ କୁମାର ସାହୁ ସଂପାଦକ ରମେସ ଚନ୍ଦ୍ର ମାଝୀ, କୋଷାଦକ୍ଷ କାଳୀ ଚରଣ ପଟ୍ଟନାୟକ ଏବଂ ସମସ୍ତ ଡ୍ରାଇଭର ଭାଈ ମଧ୍ୟ ଧନ୍ୟବାଦ ଜଣେଇ ଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି