ଭୁବନେଶ୍ୱର,୧୦ ଜୁଲାଇ (ହି.ସ.) - ବଳକା ଚାଉଳ ଏଫସିଆଇ ନେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର। ସେ କହିଛନ୍ତି ବଳକା ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ନେବାକୁ ଏଫସିଆଇ ସହମତି ପ୍ରକାଶ କରିଛି। କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ସହ ଆଲୋଚନା ପରେ ସେ ଏଫସିଆଇ କୁ ନିର୍ଦ୍ଦେଶ ଦେଇଛନ୍ତି। ଚଳିତ ବର୍ଷ ସରକାର ୯୪ ଲକ୍ଷ ମେଟ୍ରିକ ଟନ ଧାନ କିଣିଛନ୍ତି । ଯେଉଁଥିରୁ ୬୫ ଲକ୍ଷ ଚାଉଳ ହେବ। ରାଜ୍ୟରେ ୨୬ ଲକ୍ଷ ମେଟ୍ରିକ ଟନ ଚାଉଳ ଆବଶ୍ୟକତା ରହିଛି। ବାକି ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫସିଆଇ ନେଇଥାଏ। ଏଥର ବଳକା ୧୫ ଲକ୍ଷ ମେଟ୍ରିକ ଟନ ଚାଉଳ ଏଫସିଆଇ ଉଠେଇବ। ଆଗରୁ ପ୍ରତି ମାସ ୧.୫ ଲକ୍ଷ ମେଟ୍ରିକ ଟନ ଚାଉଳ ନେଉଥିଲା ଏଫସିଆଇ। ଏଣିକି ପ୍ରତି ମାସ ୪ ଲକ୍ଷ ମେଟ୍ରିକ ଟନ ଚାଉଳ ଉଠାଇବ ବୋଲି ମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା