ଡ୍ରାଇଭର ମହାସଂଘର ଧର୍ମଘଟ ୩ୟ ଦିନରେ ପଂହଚିଲା
ଧର୍ମଶାଳା,୧୦ ଜୁଲାଇ (ହି.ସ.)- ଡ୍ରାଇଭର ମହାସଂଘ ପକ୍ଷରୁ ୭ ଦଫା ଦାବିନେଇ ରାଜ୍ୟବ୍ୟାପି ଧର୍ମଘଟ ଡାକରା ଦିଆଯାଇଥିବା ବେଳେ ମହାସଂଘର ଧର୍ମଶାଳା ଶାଖା ପକ୍ଷରୁ ମଙ୍ଗଳବାର ଦିନଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ କରାଯାଇଛି । ଫଳରେ ଗାଡି ଚଳାଚଳ ଏକ ପ୍ରକାର ଠପ ହୋଇଯାଇଛି । ଗାଡି ଡ୍ରାଇଭରମାନ
ଡ୍ରାଇଭର ମହାସଂଘର ଧର୍ମଘଟ ୩ୟ ଦିନରେ ପଂହଚିଲା


ଧର୍ମଶାଳା,୧୦ ଜୁଲାଇ (ହି.ସ.)- ଡ୍ରାଇଭର ମହାସଂଘ ପକ୍ଷରୁ ୭ ଦଫା ଦାବିନେଇ ରାଜ୍ୟବ୍ୟାପି ଧର୍ମଘଟ ଡାକରା ଦିଆଯାଇଥିବା ବେଳେ ମହାସଂଘର ଧର୍ମଶାଳା ଶାଖା ପକ୍ଷରୁ ମଙ୍ଗଳବାର ଦିନଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଧର୍ମଘଟ କରାଯାଇଛି । ଫଳରେ ଗାଡି ଚଳାଚଳ ଏକ ପ୍ରକାର ଠପ ହୋଇଯାଇଛି । ଗାଡି ଡ୍ରାଇଭରମାନେ ନିଜର ହକ ପାଇଁ ଧର୍ମଘଟରେ ସାମିଲ ହୋଇଥିବା ବେଳେ ଅଧିକାଂଶ ଗାଡି ଚଳାଚଳ ବନ୍ଦ ରହିଛି । ଫଳରେ ବିଭିନ୍ନ ସ୍ଥାନକୁ ଯିବାକୁ ଥିବା ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସୂଚନା ମୁତାବକ, ପୂର୍ବରୁ ଡ୍ରାଇଭର ମହାସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧର୍ମଘଟ କରାଯାଇଥିବା ବେଳେ ପୂର୍ବ ସରକାର ଗୋଟିଏ ମାତ୍ର ଦାବି ପୁରଣ କରିବା ସହ ପରବର୍ତୀ ସମୟରେ ଅନ୍ୟଦାବି ଗୁଡିକ ଉପରେ ବିଚାର କରାଯିବ ବୋଲି କହିଥିଲେ । ହେଲେ ଏବେ ସରକାର ପରିବର୍ତନ ହେବା ପରେ ଡ୍ରାଇଭରମାନେ ନିଜର ଦାବି ହାସଲ ପାଇଁ ସରକାର ଉପରେ ଚାପ ପକାଇବା ନିମନ୍ତେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିଛନ୍ତି । ସରକାରଙ୍କ ସହ ଡ୍ରାଇଭର ମହାସଂଘର ଆଲୋଚନା ସଫଳ ହୋଇନଥିବାରୁ ଆନ୍ଦୋଳନ ବଳବତର ରହିଛି । ଗତ ୩ ଦିନ ଧରି ଜାରକା ବସଷ୍ଟାଣ୍ଡ ନିକଟରେ ଧର୍ମଶାଳା ଅଂଚଳର ଡ୍ରାଇଭର ଭାଇମାନେ ଏକତ୍ରିତ ହୋଇ ଧର୍ମଘଟରେ ବସି ରହିଛନ୍ତି । ଦାବି ପୂରଣ ପ୍ରତିଶୃତି ନ ମିଳିବା ଯାଏଁ ଧର୍ମଘଟ ଚାଲୁ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଡ୍ରାଇଭର ମହାସଂଘ ଧର୍ମଶାଳା ଶାଖାର ସଭାପତି ଲୋକନାଥ ପୁରୀଙ୍କ ନେତୃତ୍ୱରେ ଉପସଭାପତି ସତ୍ୟବ୍ରତ ନାୟକ, ସମ୍ପାଦକ ଅମୁଲ୍ୟ କୁମାର ମଲିକ, ସହ ସମ୍ପାଦକ ବସନ୍ତ ପରିଡା, କୋଷାଧ୍ୟକ୍ଷ ଅଭୟ ବାରିକ, ସଂଯୋଜକ ବିଜୟ ବେହେରା, ବରଷ୍ଠ ସଭ୍ୟ ପ୍ରଫୁଲ୍ଲ କୁମାର ମାହାଣା, ଅଶୋକ କୁମାର ରାଉତ, ପ୍ରମୋଦ କୁମାର ମହାରଣା ପ୍ରମୁଖ ଶତାଧିକ ଡ୍ରାଇଭର ଏହି ଧର୍ମଘଟରେ ସାମିଲ ହୋଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande