ପୁରୀ, ୧୦ ଜୁଲାଇ (ହି.ସ.)- ୱାର୍ଲଡ କ୍ଲାସ ସିଟି ହେବ ପୁରୀ | ଜଗନ୍ନାଥ ଧାମ ମହାନଗର ନିଗମ (ଜେ. ଡି. ଏମ. ସି) ର ମାନ୍ୟତା ପାଇବ ଖୁବ ଶୀଘ୍ର ପୁରୀ | ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗ ଏବେ ପାଲଟିଛି ଯମାଳୟ ସଦୃଶ ବୋଲି ଅଭିଯୋଗ ହେଉଛି | ଗର୍ଭବତୀ ଓ ପ୍ରସୂତି ମାନଙ୍କୁ ଟାଣ ଉଷୁନା ଭାତ ସହିତ ପାଣିଆ ଡାଲମା ଦିଆଯାଉଥିବା ଅଭିଯୋଗ ହେଉଛି| ରଥଯାତ୍ରା ସରିଲା ହେଲେ ସ୍ୱାସ୍ଥ୍ୟ ସେବାରେ ସୁଧାର ଆସିପାରିନାହିଁ | ବିଗତ ଦିନ ମାନଙ୍କରେ ବିଭିନ୍ନ ସମସ୍ୟା ଭିତରେ ପୁରୀ ମେଡିକାଲ ଚାଲୁଥିବା ବେଳେ ପୁଣି କାଲି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଥିଲା | ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳାମାନେ ସନ୍ତାନ ପ୍ରସବ କରିବାକୁ ଆସି ଆଡ଼ମିସନ ହୋଇଥିଲେ | ସେମାନଙ୍କୁ ପେଟପୁରା ଖାଦ୍ୟ ମିଳୁନ ଥିବା ଅଭିଯୋଗ ହୋଇଛି | ଯେଉଁ ଖାଦ୍ୟ ମିଳୁଛି ତାହା ମଧ୍ୟ ପୃଷ୍ଟିକର ନୁହେଁ | ସକାଳର ଖାଦ୍ୟରେ ଶୁଖିଲା ଉପମା ଓ ଶୁଖିଲା ରୁଟି ଦିଆଯାଉଛି | ରୋଗୀ ମାନେ ଯଦି କହୁଛନ୍ତି ଆମେ ଶୁଖିଲା ଉପମା ଓ ରୁଟି କେମିତି ଖାଇବୁ ତେବେ ତାଙ୍କୁ ଉତ୍ତର ମିଳୁଛି ତରକାରୀ ଫୁଟୁଛି ଦିନ ଦୁଇଟାରେ ମିଳିବ | ମଧ୍ୟାହ୍ନରେ ଯେଉଁ ଖାଦ୍ୟ ମିଳୁଛି ତାହା ଅତ୍ୟନ୍ତ ନିମ୍ନମାନର | ଖାଦ୍ୟ ପର୍ଯ୍ୟାପ୍ତ ନୁହେଁ ବୋଲି ମହିଳା ମାନେ ଅଭିଯୋଗ କରୁଛନ୍ତି | ସମସ୍ତ ରୋଗୀଙ୍କୁ କ୍ଷୀର, ଅଣ୍ଡା ଏବଂ ଫଳ ମଧ୍ୟ ମିଳୁନାହିଁ | ଗରମ କ୍ଷୀର ପଚାରିଲେ କହୁଛନ୍ତି କେବଳ ଓଟି ରୁ ଆସିଥିବା ପେସେଣ୍ଟ ମାନଙ୍କୁ କ୍ଷୀର ମିଳିବ | ସରକାର ମହିଳା ଶିଶୁ ବିକାଶ ନାଁରେ ଗଣ୍ଡା ଗଣ୍ଡା ଯୋଜନା କରିଥିବା ବେଳେ ମେଡ଼ିକାଲରେ ସେମାନଙ୍କୁ ଖାଦ୍ୟ ଠିକ ଭାବରେ ଯୋଗେଇ ଦିଆଯାଉନାହିଁ | ଖୋଦ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମହିଳା ଏବଂ ଶିଶୁବିକାଶ ବିଭାଗର ଦାୟିତ୍ଵରେ ଥିବାବେଳେ ତାଙ୍କ ନିଜ ଜିଲାରେ ଯଦି ଏଭଳି ଅବ୍ୟବସ୍ଥା ତାହେଲେ ସାରା ଓଡିଶାରେ ବ୍ୟବସ୍ଥା କେମିତି ଚାଲିଥିବ ତାହା ଏଥିରୁ ସହଜେ ଅନୁମେୟ | ବାରମ୍ବାର ଅଭିଯୋଗ କରିବା ସତ୍ୱେ ଲିଫ୍ଟ ଏବେ ମଧ୍ୟ ଅଚଳ ଅବସ୍ଥାରେ ରହିଛି | ସମାଧାନ ପାଇଁ ପ୍ରଶାସନ କିମ୍ବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ତତ୍ପରତା ଦେଖିବାକୁ ମିଳୁନି । ବେଳେ ବେଳେ ଏକ୍ସ ରେ ମେସିନି କାମ ଦେଉନି | ପ୍ରାୟ ସମୟରେ ରୋଗୀଙ୍କୁ ମେଡ଼ିସିନ ବାହାରୁ କିଣିବାକୁ ପଡୁଛି । ସିଟି ସ୍କାନ ଆଉ ଏମ୍.ଆର.ଆଇ ପାଇଁ ରୋଗୀଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଛି । ଏପରିକି ବର୍ଷ ବର୍ଷ ଧରି ମେଡିକାଲରେ ହ୍ବିଲ୍ ଚେୟାରର ବ୍ୟବସ୍ଥା ନାହିଁ । ଖାଦ୍ୟ ଯୋଗାଉ ଥିବା ଠିକା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟ। ନୁଷ୍ଠାନ ନେବା ସହ ଏସବୁ ବ୍ୟବସ୍ଥାରେ ଯଥାଶୀଘ୍ର ସୁଧାର ଅଣାଯାଉ | ଯଦି ଏ ବ୍ୟବସ୍ଥାରେ ସୁଧାର ନଆସେ ତେବେ ଆଗାମୀ ଦିନରେ ଆମ ଆଦମୀ ପାର୍ଟି ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛି |
ହିନ୍ଦୁସ୍ଥାନ ସମାଚାର / ବିଜୟ