ବୁଥ୍ ସ୍ତରୀୟ ଅଧିକାରୀଙ୍କୁ ଦ୍ୱିତୀୟ ଦିବସ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ
ସମ୍ବଲପୁର, ୦୯ ଜୁଲାଇ(ହି.ସ.) – ଆଜି ସମ୍ବଲପୁର ମହାନଗର ନିଗମର ସମ୍ମିଳନୀ କକ୍ଷ ଠାରେ ଦ୍ୱିତୀୟ ଦିନ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ପାଇଁ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିର୍ବାଚନ ସଂପର୍କୀୟ ବିଭିନ୍ନ ନିୟମାବଳୀ, ନିତିନିୟମ, ଓ ବୁଥ୍‌ସ୍
ବୁଥ୍‌ ସ୍ତରୀୟ ଅଧିକାରୀଙ୍କୁ ଦ୍ଵିତୀୟ ଦିବସ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ


ସମ୍ବଲପୁର, ୦୯ ଜୁଲାଇ(ହି.ସ.) – ଆଜି ସମ୍ବଲପୁର ମହାନଗର ନିଗମର ସମ୍ମିଳନୀ କକ୍ଷ ଠାରେ ଦ୍ୱିତୀୟ ଦିନ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ପାଇଁ ଜାତୀୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ନିର୍ବାଚନ ସଂପର୍କୀୟ ବିଭିନ୍ନ ନିୟମାବଳୀ, ନିତିନିୟମ, ଓ ବୁଥ୍‌ସ୍ତରୀୟ ଅଧିକାରୀଙ୍କ ଭୂମିକା ଓ ଦାୟିତ୍ୱ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା। ପ୍ରଶିକ୍ଷଣରେ ବିଶେଷତଃ ଆସନ ସଂଶୋଧନ ପ୍ରକ୍ରିୟାରେ 'ସ୍ପେଶାଲ ସମରି ଡିଭିଜନ-ଏସ୍‌ଏସ୍‌ଆର, ବିଏଲ୍‌ଓ ଆପ୍ ବ୍ୟବହାର, ତଥାମାନ୍ୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ଆଇନ ଓ ନିୟମାବଳୀ ବିଷୟରେ ଅଧିକାରୀମାନଙ୍କୁ ଅବଗତ କରାଯାଇଥିଲା। ଏହି ପ୍ରଶିକ୍ଷଣ ସେସନ୍‌?ର ଶେଷରେ ଅଂଶଗ୍ରହଣକାରୀ ବୁଥ୍‌ସ୍ତରୀୟ ଅଧିକାରୀ ମାନଙ୍କ ପାଇଁ ଏକ ପରୀକ୍ଷା ମଧ୍ୟ କରାଯାଇଥିଲା। ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସମ୍ବଲପୁର, ଡେପୁଟି କଲେକ୍ଟର ଶ୍ରୀ ସଞ୍ଜୀବ ମେହେର , ଆସିଷ୍ଟାଂଟ କଲେକ୍ଟର ଶ୍ରୀ ସୁଶାନ୍ତ କୁମାର ନାଏକ, ବିଏଲ୍‌ଓ ସୁପରଭାଇଜର ମମତା ସାହୁଙ୍କ ସମେତ ୫୦ ଜଣ ବୁଥ୍‌ସ୍ତରୀୟ ଅଧିକାରୀ(ବିଏଲ୍‌ଓ) ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande