ଆନନ୍ଦ, 9 ଜୁଲାଇ
(ହି.ସ)-ଗୁଜୁରାଟର ଆନନ୍ଦ ଜିଲ୍ଲାରେ ବହୁ ପୁରୁଣା ଗମ୍ଭୀର ସେତୁ ଏକ ବଡ ଦୁର୍ଘଟଣାର ସମ୍ମୁଖୀନ
ହୋଇଛି।ଏହି ସେତୁ ଭୁଶୁଡି ପଡିବା ଯୋଗୁଁ ଏହା ଦେଇ ଯାଉଥିବା ଦୁଇଟି ଟ୍ରକ ଗୋଟିଏ ବୋଲେରୋ ସମେତ ଚାରୋଟି ଗାଡି ମହୀସାଗରନଦୀରେ ଖସି ପଡିଥିଲା।ଏହି ସମୟରେ ତିନିଜଣଙ୍କ ମୃତ୍ୟୁ
ହୋଇ଼ଥିବାବେଳେ ଅନ୍ୟ ତିନିଜଣଙ୍କୁ ସ୍ଥାନୀୟ
ନାଗରିକ ଏବଂ ଉଦ୍ଧାରକାରୀ ଦଳ ଉଦ୍ଧାର କରିଥିଲେ। ପାଦରା ପୋଲିସ ଏବଂ ଫାୟାର ବ୍ରିଗେଡର ଟିମ
ଘଟଣାସ୍ଥଳରେ ପହଁଞ୍ଚି ଥିଲେ।ସ୍ଥାନୀୟ ପହଁରୁଥିବାଲୋକଙ୍କ ସହାୟତାରେ ଗାଡିରେ ଯାତ୍ରା କରୁଥିବା ଲୋକଙ୍କୁ ଖୋଜାଖୋଜି କରାଯାଇଥିଲା।ଏହି
ସମୟରେ ନିକଟବର୍ତ୍ତୀ ମଜପୁର ଆଦି ଗାଁର ଲୋକମାନେ ସେଠାରେ ପହଁଞ୍ଚିଥିଲେ।କୁହାଯାଉଛି ଯେ 1981ରେ
ଏହି ବ୍ରିଜର ନିର୍ମାଣ ଆରମ୍ଭ ହୋଇଥିଲା ଏବଂ 1985ରେ ଏହାକୁ ସାଧାରଣ ଲୋକଙ୍କ ପାଇଁ ଖୋଲାଯାଇଥିଲା।କିଛି
ବର୍ଷ ଧରି ଏହା ଜରାଜୀର୍ଣ୍ଣ ହୋଇଯାଇଥିଲା।ଏହି ସେତୁ ଭୁଶୁଡି ପଡିବା ଯୋଗୁଁ ଆନନ୍ଦରୁ ବଡୋଦରା,ଭରୁଚ
ଏବଂ ଅଙ୍କଳେଶ୍ୱର ମଧ୍ୟରେ ସିଧାସଳଖ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଏହି ବ୍ରିଜ ସୁଇସାଇଡ
ପଏଣ୍ଟ ଭାବରେ କୁଖ୍ୟାତ।ସ୍ଥାନୀୟ ଲୋକଙ୍କ ସତର୍କତା ଏବଂ ତତ୍ପରତା ଯୋଗୁଁ ତିନିଜଣଙ୍କୁ ସଫଳତାର ସହ ନଦୀରୁ
ଜୀବନ୍ତ ବାହାରକୁ ବାହାର କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା