ଦନ୍ତେୱାଡ଼ା, ୦୯ ଜୁଲାଇ(ହି.ସ.) – ଛତିଶଗଡ଼ର ଦନ୍ତେୱାଡ଼ା ଜିଲ୍ଲାରେ ୨୮ ଲକ୍ଷ ୫୦ ହଜାର ପୁରସ୍କାର ୪ ମହିଳା ନକ୍ସଲବାଦୀଙ୍କ ସହିତ ୧୨ ନକ୍ସଲବାଦୀ ବୁଧବାର ଦିନ ଲୋନ୍ ବର୍ରାଟୁ ଅଭିଯାନରେ ଦନ୍ତେୱାଡ଼ା ଏସ୍ପି ଗୌରବ ରାୟଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପିତ ନକ୍ସବାଦୀଙ୍କ ସଂଖ୍ୟା ଏକହଜାର ପାର କରିବା ପରେ ଦନ୍ତେୱାଡ଼ା ଏସ୍ପି ଗୌରବ ରାୟ କେକ୍ କାଟି ଖୁସି ଜାହିର କରିଛନ୍ତି। ସମସ୍ତ ଆତ୍ମସମର୍ପିତ ନକ୍ସବାଦୀଙ୍କୁ ପୁନର୍ବାସ ନୀତିରେ ୫୦-୫୦ ହଜାର ଟଙ୍କାର ସହାୟତା ରାଶି ସହିତ ଛତିଶଗଡ଼ ଶାସନ ଦ୍ୱାରା ମିଳିଥିବା ଅନ୍ୟ ସୁବିଧା ଯେପରି ସ୍କିଲ୍ ଡେଭଲମେଂଟ ପାଇଁ ପ୍ରଶିକ୍ଷଣ, କୃଷି ଭୂମି ଇତ୍ୟାଦି କରାଯିବ। ନକ୍ସଲବାଦୀଙ୍କୁ ଆତ୍ମସମର୍ପଣ କରିବାରେ ଡିଆର୍ଜି, ବସ୍ତର ଫାଇଟର୍ସ, ଆସୁଚନା ଶାଖା ଦନ୍ତେୱାଡ଼ା, ଆର୍ଏଫ୍ଟି(ଆସୁଚନା ଶାଖା) ଦନ୍ତେୱାଡ଼ା, ୧୧୧ତମ ବାହିନୀ ସିଆର୍ପିଏଫ୍ ଏବଂ ୨୪୧ତମ ବାହିନୀ ସିଆର୍ପିଏଫ୍ ବସ୍ତରର ଯୋଗଦାନ ରହିଛି।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି