ବିହାର ବନ୍ଦରେ ଯୋଗଦେବା ପାଇଁ ପାଟନାରେ ପହଁଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ
ପାଟନା 9 ଜୁଲାଇ (ହି.ସ)-ବିହାରରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବିରୋଦ୍ଧରେ ମହାଗଠବନ୍ଧନର ଆଜି ଡାକରା ଦିଆଯାଇଥିବା ବନ୍ଦର ପ୍ରଭାବ ପାଟନା ସହିତ ରାଜ୍ୟର ବିଭିନ୍ନ ଜିଲ୍ଲା ସକାଳୁ ଦୃଶ୍ୟମାନ ହେଉଛି।ମହାଗଠବନ୍ଧନର ଏହି ବନ୍ଦକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ
ବିହାର ବନ୍ଦରେ ଯୋଗଦେବା ପାଇଁ ପାଟନାରେ ପହଁଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ


ପାଟନା 9 ଜୁଲାଇ (ହି.ସ)-ବିହାରରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା

ସଂଶୋଧନ ବିରୋଦ୍ଧରେ ମହାଗଠବନ୍ଧନର ଆଜି ଡାକରା ଦିଆଯାଇଥିବା ବନ୍ଦର ପ୍ରଭାବ ପାଟନା ସହିତ

ରାଜ୍ୟର ବିଭିନ୍ନ ଜିଲ୍ଲା ସକାଳୁ ଦୃଶ୍ୟମାନ

ହେଉଛି।ମହାଗଠବନ୍ଧନର ଏହି ବନ୍ଦକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ କଂଗ୍ରେସ ନେତା ରାହୁଲଗାନ୍ଧୀ

ଦିଲ୍ଲୀରୁ ପାଟନା ପହଁଞ୍ଚିଛନ୍ତି।ପାଟନା ଏୟାରପୋର୍ଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ

ସ୍ୱାଗତ କରିଥିଲେ।କିଛି ସମୟ ପରେ ସେ ବନ୍ଦରେ ଯୋଗଦେବେ।ରାହୁଲ ତେଜସ୍ୱୀ ଯାଦବଙ୍କ ସହିତ ନିର୍ବାଚନ

ଆୟୋଗ କାର୍ଯ୍ୟାଳୟକୁ ପଦଯାତ୍ରା କରିବେ।ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବିରୋଦ୍ଧରେ

ମହାଗଠବନ୍ଧନ ବିହାର ବନ୍ଦ ଡାକରା ଦେଇଛନ୍ତି।ଏହି

ଆନ୍ଦୋଳନର ନେତୃତ୍ୱ ରାହୁଲ ଗାନ୍ଧୀ କରିବେ।ଗତ 5 ମାସରେ ରାହୁଲଗାନ୍ଧୀଙ୍କର ସପ୍ତମ ବିହାର

ଗ୍ରସ୍ତ। ରାହୁଲଗାନ୍ଧି ସ୍ୱର୍ଗତ ଗୋପାଳ

ଖେମକାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଭେଟିପାରନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande