ପ୍ରୟାଗରାଜରେ ପୋଖରୀରୁ ଚାରି ଶିଶୁଙ୍କର ମୃତଦେହ ଉଦ୍ଧାର
ପ୍ରୟାଗରାଜ, 9 ଜୁଲାଇ (ହି.ସ)-ଉତ୍ତରପ୍ରଦେଶର ପ୍ରୟାଗରାଜରେମେଜା ଥାନା ଅଞ୍ଚଳର ବେଦୌଲି ଗ୍ରାମରେ ବୁଧବାର ସକାଳେଏକ ପୋଖରୀରୁଚାରିଜଣ ପିଲାଙ୍କର ମୃତଦେହ ଉଦ୍ଧାର କରାଯାଇଛି।ପିଲାମାନେ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ଥିଲେ।ପୋଲିସର ଟିମ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ କରୁଛି
ପ୍ରୟାଗରାଜରେ ପୋଖରୀରୁ ଚାରି ଶିଶୁଙ୍କର ମୃତଦେହ ଉଦ୍ଧାର


ପ୍ରୟାଗରାଜ, 9 ଜୁଲାଇ (ହି.ସ)-ଉତ୍ତରପ୍ରଦେଶର ପ୍ରୟାଗରାଜରେମେଜା ଥାନା ଅଞ୍ଚଳର ବେଦୌଲି ଗ୍ରାମରେ ବୁଧବାର

ସକାଳେଏକ ପୋଖରୀରୁଚାରିଜଣ ପିଲାଙ୍କର ମୃତଦେହ ଉଦ୍ଧାର କରାଯାଇଛି।ପିଲାମାନେ

ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ଥିଲେ।ପୋଲିସର ଟିମ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ

କରୁଛି।ଯମୁନାନଗର ପୋଲିସ ଡେପୁଟି କମିଶନର ବିବେକ ଚନ୍ଦ୍ର ଯାଦବ କହିଛନ୍ତି ଯେ ମେଜା ଥାନା

ଅଞ୍ଚଳର ବେଦୌଲି ଗ୍ରାମ ବାସିନ୍ଦା ହୀରାଆଦିବାସୀର ପୁଅ ହୁନର(5)ଏବଂ ଝିଅ ବେଣବୀ(4) ତଥା ବିମଳଙ୍କ ପୁଅ କନ୍ଧା (5),ସଂଞ୍ଜୟ

ଆଦିବାସୀଙ୍କ ପୁଅ କେସରୀ(4) ମଙ୍ଗଳବାର ସନ୍ଧ୍ୟାରେ ସମସ୍ତେ ଏକାଠି ବାହାରକୁ ଯାଇଥିଲେ ଏବଂ

ଫେରିନଥିଲେ।ଡେରି ହେବା ଦେଖି ପରିବାର ସଦସ୍ୟ ଖୋଜାଖୋଜି ଆରମ୍ଭ କରିଥିଲେ।ଏହି ସମ୍ପର୍କରେ

ପୋଲିସକୁ ମଧ୍ୟ ସୁଚନା ଦେଇଥିଲେ।ସୁଚନା ପାଇ ମଙ୍ଗଳବାର ରାତିରେ ସହକାରୀପୋଲିସ କମିଶନର ଏସ.ପି.ଉପାଧ୍ୟାୟ ମଧ୍ୟ ଘଟଣାସ୍ଥଳରେ

ପହଁଞ୍ଚିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande