ଗାନ୍ଧୀ ମାର୍ଗଠାରେ ଆଇନ୍ ଅମାନ୍ୟ କରି ୨୦୦ ଗିରଫ
ଭୁବନେଶ୍ୱର, ୯ ଜୁଲାଇ (ହି.ସ.) -ଭୁବନେଶ୍ୱର ଠାରେ ୧୦ ଟି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କ ପକ୍ଷରୁ ୧୭ ଦଫା ଦାବିକୁ ନେଇ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଯଥା: ରେଲୱେଷ୍ଟେସନ, ସିଟି ବସଷ୍ଟାଣ୍ଡ, ବ୍ୟାଙ୍କ, ଲେବର କମିଶନର, ରସୁଲଗଡ଼, ବାଣୀ ବିହାର, କ୍ରାଉନ୍ ହୋଟେଲ, ଡୁମୁଡୁମା, ନାଲ୍କୋ, ଜୟଦେବ ବିହାର, ବରମୁଣ୍ଡା ବସଷ୍ଟାଣ୍ଡ, ମାଷ୍ଟରକ୍ୟାଂଟିନ ଛକ, ରାଜମହଲ ଓ ଗାନ୍ଧୀମାର୍ଗ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଶ୍ରମ କୋର୍ଡ ବାତିଲ, ସର୍ବନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା, ପ୍ରତି ୫ ବର୍ଷରେ ମଜୁରୀ ବୃଦ୍ଧି, ଦରଦାମ ବୃଦ୍ଧିର ନିୟନ୍ତ୍ରଣ, କୃଷକମାନଙ୍କର ଏମ୍.ଏସ୍.ପିକୁ ଆଇନ ପରିସର ଭୁକ୍ତ କରିବା, ସ୍କିମ୍ ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା ଦେବା ଓ ଶ୍ରମିକ ଛଟେଇ ବନ୍ଦ କରିବା, ଦେଶର ସଂପ୍ରତିକୁ ଘରୋଇକରଣକୁ ବନ୍ଦ କରିବା, ୧୨ ଘଂଟା କାର୍ଯ୍ୟ ଦିବସ ବଦଳରେ ୮ ଘଂଟଶ କାର୍ଯ୍ୟଦିବସ କାୟାମ୍ ରଖିବା ଆଦି ଦାବିରେ, ଆଇ.ଏନ୍.ଟି.ୟୁ .ସି., ଏ.ଆଇ.ଟି.ୟୁ.ସି., ଏଚ୍.ଏମ୍.ଏସ୍., ସି.ଆଇ.ଟି.ୟୁ., ଏ.ଆଇ.ୟୁ.ଟି.ୟୁ.ସି., ଏ.ଆଇ.ୟୁ.ଟି.ୟୁ.ସି., ଏ.ଆଇ.ସି.ସି.ଟି.ୟୁ., ଟି.ୟୁ.ସି.ସି., ଏଲ୍.ପି.ଏଫ୍., ସେୱା, ୟୁ.ଟି.ୟୁ.ସି ଓ ସ୍ୱାଧୀନ ଫେଡେରେସନ ପକ୍ଷରୁ ରାଜମହଲରୁ ଗାନ୍ଧୀମାର୍ଗ ପର୍ଯ୍ୟନ୍ତ ଶୋଭାଯାତ୍ରା ବାହାରି ଏକ ପ୍ରତିବାଦ ବିକ୍ଷୋଭ କରାଯାଇଥିଲା। ପୁଲିସ୍ ବିକ୍ଷୋଭକାରୀଙ୍କୁ ଗିରଫ କରାଯାଇଥିଲା। ରାଷ୍ଟ୍ରୀୟ ମଜଦୁ କଂଗ୍ରେସର ଡ. ରାମଚନ୍ଦ୍ର ଖୁଂଟିଆ, କିଶୋର ଜେନା, ବିଜୟ ଜେନା, ପ୍ରଦୀପ୍ତ ନାୟକ, ମହେନ୍ଦ୍ର ପରିଡ଼ା, ଜ୍ୟୋତି ରଞ୍ଜନ ମହାପାତ୍ର, ସୁର ଜେନା ପ୍ରମୁଖଙ୍କୁ ପୁଲିସ ଗିରଫ କରିଛନ୍ତି। ମାଷ୍ଟର କ୍ୟାଂଟି ଛକଠାରେ ବିକ୍ଷୋଭକାରୀମାନଙ୍କ ଦ୍ୱାରା ରାସ୍ତା ରୋକ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା