ଇସ୍ଲାମାବାଦ 9 ଜୁଲାଇ
(ହି.ସ)-ପାକିସ୍ଥାନର ସୁରକ୍ଷାବାହିନୀ ଦେଶର ଖୈବର ପଖ୍ତୁନଖ୍ୱା ପ୍ରଦେଶର ବାଜୌର ଜିଲ୍ଲାରେ ମଙ୍ଗଳବାର ଦିନ ଆଫଗାନିସ୍ଥାନର
କୁନାର ପ୍ରଦେଶରୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଆଠଜଣ ଆତଙ୍କବାଦୀଙ୍କୁ ହତ୍ୟା
କରିଛନ୍ତି।ସେମାନେ ଫିତନା ଅଲ-ଖ୍ୱାରିଜ ସଂଗଠନ ସହିତ ଜଡିତ ବୋଲି କୁହାଯାଉଛି।ଡନ ଖବରକାଗଜ
ଅନୁସାରେ ସୁରକ୍ଷାବାହିନୀ ଆତଙ୍କବାଦୀଙ୍କୁ
ପ୍ରଥମେ ଚ୍ୟାଲେଞ୍ଜ କରିଥିଲେ।ସେମାନଙ୍କ ଉପରେ ଏହାର କୌଣସି ପ୍ରଭାବ ପଡି ନ ଥିବା ଦେଖି
ସୁରକ୍ଷାବାହିନୀ ଲୋଭି ମାମୁଣ୍ଡ ତହସିଲ ନିକଟରେ ଆଠଜଣଙ୍କୁ ହତ୍ୟା କରିଥିଲେ।ଲୋଭି ମାମୁଣ୍ଡ
ତହସିଲ ପହାଡୀ ଏବଂ ଆଦିବାସୀ ଅଞ୍ଚଳ ।ସୁରକ୍ଷାବାହିନୀ ଗୁଇନ୍ଦା ସୁଚନା ଆଧାରରେ ଏହି
କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।ସେନାର ଗଣମାଧ୍ୟମ ଶାଖା ଇଣ୍ଟର-ସର୍ଭିସେଜ ପବ୍ଲିକ ରିଲେସନ୍ସ (ଆଇଏସପୀଆର) ଏହି
କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ କୌଣସି ସରକାରୀ ବିବୃତ୍ତି ଜାରି କରିନାହିଁ।ସ୍ଥାନୀୟ
ବାସିନ୍ଦାମାନେ ଏହି ଏହି ଅଞ୍ଚଳରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ସଂଘର୍ଷ
ହୋଇଥିବା ନିଶ୍ଚିତ କରିଛନ୍ତି।ଗ୍ରାମବାସୀଙ୍କ ଅନୁଯାୟୀ
ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ କିଛି ଘଣ୍ଟା ଧରି ଚାଲିଥିବା ସଙ୍ଘର୍ଷରେ
ଜଣେ ଶିଶୁ ଆହତ ହୋଇଛି।ତାଙ୍କ ପରିଚୟ ଅବ୍ଦୁର ରଉଫଙ୍କ ପୁଅ ମୁହମ୍ମଦ ଖାନ ବୋଲି
ଜଣାପଡିଛି।ତାଙ୍କୁ ପ୍ରଥମେ ଲାରଖୋଲୋଜୋ ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରେ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ସ୍ଥାନାନ୍ତରିତ
କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା