ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ଫ୍ଲାଇଟ ପାଟଣା ଏୟାରପୋର୍ଟରେ ଏମରଜେନ୍ସି ଲ୍ୟାଣ୍ଡିଂ, ସମସ୍ତ ଯାତ୍ରୀ ସୁରକ୍ଷିତ
ପାଟଣା, 9 ଜୁଲାଇ (ହି.ସ.) - ପାଟନାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋର ଫ୍ଲାଇଟ୍ ସଂଖ୍ୟା 6ଇ 5009 ବୁଧବାର ସକାଳେ ଉଡାଣ ଭରିବାର କିଛି ମିନିଟ୍ ପରେ ପାଟନା ବିମାନବନ୍ଦରରେ ଜରୁରୀ ଅବତରଣ କରିଛି । ବିମାନଟି ଏକ ପକ୍ଷୀ ସହ ଧକ୍କା ଖାଇଥିଲା, ଯାହା ଫଳରେ ଗୋଟିଏ ଇଞ୍ଜିନ୍‌ରେ ଭୟଙ୍କର କମ
ଦିଲ୍ଲୀ ଯାଉଥିବା     ଇଣ୍ଡିଗୋ ଫ୍ଲାଇଟ ପାଟଣା ଏୟାରପୋର୍ଟରେ ଏମରଜେନ୍ସି ଲ୍ୟାଣ୍ଡିଂ, ସମସ୍ତ ଯାତ୍ରୀ ସୁରକ୍ଷିତ


ପାଟଣା, 9 ଜୁଲାଇ (ହି.ସ.)

- ପାଟନାରୁ ଦିଲ୍ଲୀ

ଯାଉଥିବା ଇଣ୍ଡିଗୋର ଫ୍ଲାଇଟ୍ ସଂଖ୍ୟା 6ଇ 5009 ବୁଧବାର ସକାଳେ ଉଡାଣ ଭରିବାର କିଛି ମିନିଟ୍ ପରେ ପାଟନା ବିମାନବନ୍ଦରରେ ଜରୁରୀ ଅବତରଣ କରିଛି

। ବିମାନଟି ଏକ ପକ୍ଷୀ ସହ ଧକ୍କା ଖାଇଥିଲା, ଯାହା ଫଳରେ ଗୋଟିଏ ଇଞ୍ଜିନ୍‌ରେ ଭୟଙ୍କର କମ୍ପନ ଅନୁଭୂତ ହେଲା।

ପାଇଲଟ୍ ତୁରନ୍ତ ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଏହି ବିଷୟରେ ସୂଚନା ଦେଇଥିଲେ ଏବଂ ସୁରକ୍ଷାକୁ

ଧ୍ୟାନରେ ରଖି ବିମାନଟିକୁ ପୁଣି ପାଟଣାକୁ ଆଣାଯାଇ ନିରାପଦ ଭାବରେ ତାହାର ଜରୁରୀ ଅବତରଣ କରାଯାଇଛି

ପାଟଣା ବିମାନବନ୍ଦରର ନିର୍ଦେଶକ

କୃଷ୍ଣ ମୋହନ ନେହେରା କହିଛନ୍ତି ଯେ, ବିମାନ ଉଡିବାର କିଛି ସମୟ ପରେ ପକ୍ଷୀ ଧକ୍କା ଖାଇଥିବା ପରେ ବିମାନଟି

ସୁରକ୍ଷିତ ଭାବେ ଫେରି ଆସିଛି। ବିମାନଟି ସକାଳ 8.42 ରେ ପାଟଣାରୁ ଉଡାଣ ଭରିଥିଲା, କିନ୍ତୁ ପକ୍ଷୀ ସହ ଧକ୍କା ହେବା ପରେ ସେହି ମୁହୂର୍ତ୍ତରେ ଫେରାଇ

ଆଣାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande