ଧର୍ମଶାଳା,୯ଜୁଲାଇ(ହି.ସ.) - ବାଲିଚନ୍ଦ୍ରପୁର ଥାନା ଧର୍ମଶାଳା ବ୍ଲକ ଅନ୍ତର୍ଗତ କଦମପାଳ ଗ୍ରାମରେ ପୋଲିସ ଚଢାଉ କରି ଚୋରା ଦେଶୀ ମଦ କାରବାରରେ ସମ୍ପୃକ୍ତ ବ୍ୟବସାୟୀକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଚୋରା ବ୍ୟବସାୟୀ ଜଣକ ହେଲେ ମାହାଙ୍ଗା ଥାନା ଅନ୍ତର୍ଗତ ସୋରଳ ଗ୍ରାମର ଅକ୍ଷୟ କୁମାର ମଲିକ ବୋଲି ଜଣାପଡିଛି । ଅକ୍ଷୟ ଏକ ବାଇକରେ ୫୦ ବୋତଲ ଆସକା ଫର୍ଟି ମଦ ନେଇ ଯାଉଥିବା ବେଳେ ପୋଲିସ ହାବୁଡରେ ପଡି ଯାଇଥିଲା । ସେ ଏହି ଅଂଚଳରେ ଦୀର୍ଘ ଦିନ ଧରି ବାଇକ୍ରେ ଆସି ବିଭିନ୍ନ ସ୍ଥାନରେ ରହି ଚୋରାରେ ମଦ ବିକ୍ରୀ ଆସୁଥିଲା ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ