ବଲାଙ୍ଗିର, 10 ଜୁଲାଇ (ହି.ସ.) , ଆଜି ବଲାଙ୍ଗୀରର କଦମପଡାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଗୁରୁପୂର୍ଣ୍ଣିମା ଉତ୍ସବ ପାଳିତ ହୋଇଯାଇଛି । ଏଥିରେମୁଖ୍ୟ ଅତିଥି ରୂପେ ରା.ସ୍ବ.ସଂ.ର ପ୍ରଚାର ଓ ପ୍ରସାର ପ୍ରମୁଖ ସୈ।ମ୍ୟ ରଞ୍ଜନ ମିଶ୍ର ଯୋଗ ଦେଇଥିଲେ । ସମବେତ ସଙ୍ଗୀତ ଗାନ ପରେ ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିଶୁବକ୍ତା ରୂପେ ହର୍ଷିତା ସିଂ, ଆସ୍ତିକ ରଞ୍ଜନ ଭୋଇ,ଇଚ୍ଛାମୟ ମିଶ୍ର ଓ ଦେବାଶିଷ ମିଶ୍ର ନିଜ ନିଜ ବକ୍ତବ୍ୟ ରଖିଥିଲେ । ପରେ ଗୁରୁଜୀ ହରେରାମ ପଣ୍ଡା ଓ ସରିତା ମିଶ୍ର ଯଥାକ୍ରମେ ଗୈରିକ ଧ୍ଵଜ ଓ ବ୍ୟାସଦେବଙ୍କ ଉପରେ ଆଲୋକପାତ କରିଥିଲେ । ଏହାପରେ ଗୈରିକ ଧ୍ବଜର ଉତ୍ତୋଳନ, ଅତିଥିଙ୍କ ଦ୍ବାରା ପୂଜନ, ତଥା ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଗୁରୁଜୀ ଓ ଗୁରୁମାମାନଙ୍କ ପୂଜନ କରାଯାଇଥିଲା । ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ବ୍ୟାସଦେବ ତଥା ଗୈରିକ ଧ୍ବଜର ମହିମା ବର୍ଣ୍ଣନା କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ.ଭବାନୀ ଶଙ୍କର ପଟେଲ ନିଜର ଅଭିଭାଷଣ ପ୍ରଦାନ କରିବା ସହ ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା ଧନ୍ୟବାଦ୍ ଅର୍ପଣ କରିଥିଲେ । ବନ୍ଦେ ମାତରଂ ଗାନ ସହ ଗୁରୁମା ମମତା ଭୋଇ ଓ ଗୁରୁଜୀ ସୁଶୀଳ ହୋତାଙ୍କ ସଞ୍ଚାଳନରେ ସଫଳତାର ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା ।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ