ଭୁବନେଶ୍ୱର, ୧୦ ଜୁଲାଇ (ହି.ସ.) - ବିଜେଡି ଛାଡ଼ି କଂଗ୍ରେସରେ ମିଶିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ । ପିସିସି ସଭାପତି ଭକ୍ତ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ କଂଗ୍ରେସକୁ ଫେରିଛନ୍ତି ସୁନୀତା।
ବିଜେଡି ଛାଡିବା ପରେ ସେ ସେ ଅଭିଯୋଗ କରିଛନ୍ତି ଯେ ବିଜେଡିର ‘ମହିଳା ସମ୍ମାନ’ କେବଳ ଲୋକଦେଖାଣିଆ, ସାମ୍ନାରେ ମହିଳାଙ୍କୁ ରଖି ସବୁ କାମ କରେ ବିଜେଡି। ସଭା ସମିତିରେ କେବଳ ଲୋକଦେଖାଣିଆ ପାଇଁ ମହିଳାଙ୍କୁ ରଖାଯାଏ । ଏମିତିକି ମହିଳାଙ୍କୁ ବିଜେଡିରେ ସୁଯୋଗ ମିଳେନି। ଗଞ୍ଜାମ ଜିଲ୍ଲାର ପୂର୍ବତନ ସରପଂଚ ଆରତୀ ଦେବୀଙ୍କ ଉଦାହରଣ ଦେଇ ସୁନୀତା କହିଛନ୍ତି ଆରତୀ ସର୍ବ କନିଷ୍ଠ ସରପଂଚ ହେଇ ବି ବିଜେଡିରେ ସୁଯୋଗ ପାଇନଥିଲେ ତେଣୁ ସେ ଦଳ ଛାଡ଼ିଲେ । ଅନେକ ଦଳ ଛାଡ଼ିଛନ୍ତି ଆଉ ଯେଉଁମାନେ ଅଛନ୍ତି ସେମାନେ ଡରିକି କହି ପାରୁନାହାନ୍ତି ।
ସୂଚନାଯୋଗ୍ୟ ଯେ ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବୁଧବାର ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଏ ସଂପର୍କରେ ଚିଠି ଲେଖି ଜଣାଇଥିଲେ ସୁନୀତା । ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ଟିକଟରେ ସୁନ୍ଦରଗଡ଼ ସାଂସଦ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା