ଜୟପୁର, 9 ଜୁଲାଇ (ହି.ସ.)- ରାଜସ୍ଥାନର
ଚୁରୁରେ ରାଜଲଦେସର ଥାନା ଅଂଚଳରେ ଭାରତୀୟ ବାୟୁ ସେନାର ଏକ ଫାଇଟର୍ ପ୍ଲେନ୍ ଜାଗୁଆର୍ କ୍ରାଶ୍
ହୋଇଛି। ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ନେଇ ଆଶଙ୍କା କରାଯାଉଛି । ଚୁରୁ ଏସପି ଜୟ ଯାଦବ ଘଟଣା
ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ, ବୁଧବାର ଦ୍ୱିପ୍ରହରରେ ରାଜଲଦେସର ଥାନା ଅଂଚଳର ଭାଣୁଡା ଗାଁରେ
ବାୟୁସେନାର ଟ୍ୱିନ୍ ସିଟର୍ ଫାଇଟର୍ ପ୍ଲେନ୍ ଜାଗୁଆର୍ କ୍ରାଶ୍ ହୋଇଛି। ଏଥିରେ ଦୁଇ ଜଣଙ୍କର
ମୃତ୍ୟୁ ହୋଇଛି। ଘଟଣାସ୍ଥଳକୁ ରାଜଲଦେସର ପୋଲିସ୍ ପଠାଯାଇଛି। ଅଂଶାବଶେଷ ନିକଟରୁ କ୍ଷତବିକ୍ଷତ
ମୃତଦେହର ଅଂଶ ମିଳିଛି। ଘଟଣାସ୍ଥଳରେ ଲୋକମାନଙ୍କର ବହୁତ ଭିଡ଼ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା