ଦେଶବ୍ୟାପୀ ଟ୍ରେଡ ୟୁନିୟନର ବିକ୍ଷୋଭ ଯୋଗୁ ବ୍ୟାଙ୍କିଂ, ଡାକ ଓ ବିଜୁଳି ସେବା ପ୍ରଭାବିତ
ନୂଆଦିଲ୍ଲୀ, 9 ଜୁଲାଇ (ହି.ସ.)- ବୁଧବାର ଦେଶରେ ୧୦ଟି କେନ୍ଦ୍ରୀୟ ଶ୍ରମ ସଂଘଠନ (ଟ୍ରେଡ୍‌ ୟୁନିଅନ୍‌) ଦ୍ୱାରା ଦିଆଯାଇଥିବା ଜାତୀୟ ସ୍ତରର ବନ୍ଦର ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳିଛି । ବ୍ୟାଙ୍କିଂ, ଡାକ, ବିଦ୍ୟୁତ୍ ଓ ସାର୍ବଜନୀନ ପରିବହନ ସହିତ ଅନ୍ୟାନ୍ୟ ଅନେକ ସେବା ପ୍ରଭାବ
ଦେଶବ୍ୟାପୀ ଟ୍ରେଡ     ୟୁନିୟନର ବିକ୍ଷୋଭ ଯୋଗୁ ବ୍ୟାଙ୍କିଂ, ଡାକ ଓ ବିଜୁଳି ସେବା ପ୍ରଭାବିତ


ନୂଆଦିଲ୍ଲୀ, 9 ଜୁଲାଇ (ହି.ସ.)- ବୁଧବାର

ଦେଶରେ ୧୦ଟି କେନ୍ଦ୍ରୀୟ ଶ୍ରମ ସଂଘଠନ (ଟ୍ରେଡ୍‌ ୟୁନିଅନ୍‌) ଦ୍ୱାରା ଦିଆଯାଇଥିବା ଜାତୀୟ

ସ୍ତରର ବନ୍ଦର ପ୍ରଭାବ ସାରା ଦେଶରେ ଦେଖିବାକୁ ମିଳିଛି । ବ୍ୟାଙ୍କିଂ, ଡାକ, ବିଦ୍ୟୁତ୍ ଓ ସାର୍ବଜନୀନ ପରିବହନ ସହିତ ଅନ୍ୟାନ୍ୟ ଅନେକ ସେବା ପ୍ରଭାବିତ ହୋଇଛି। ଯଦିଓ, ଦେଶର କୌଣସି ବ୍ୟାପାରିକ ବଜାର ଉପରେ ଏହି ଭାରତ ବନ୍ଦର କୌଣସି

ପ୍ରଭାବ ପଡ଼ିନାହିଁ।

ଟ୍ରେଡ୍‌ ୟୁନିଅନର ଏହି

10ଟି ସଂଗଠନର ମଞ୍ଚ ଦାବି କରିଛି ଯେ, ଅନ୍ୟାନ୍ୟ ପ୍ରସଙ୍ଗ ସହିତ ନୂଆ ଶ୍ରମ ସଂହିତା ବିରୋଧରେ 25 କୋଟି

ଶ୍ରମିକଙ୍କୁ 'ସାଧାରଣ

ବିକ୍ଷୋଭ'

ପାଇଁ ଏକତ୍ରିତ କରାଯାଉଛି।

ଏହା ମଧ୍ୟରେ, ଅଖିଳ ଭାରତୀୟ ଶ୍ରମିକ ସଂଘ କଂଗ୍ରେସର ମହାସଚିବ ଅମରଜିତ କୌର ଏକ

ବିବୃତିରେ କହିଛନ୍ତି ଯେ, ବୁଧବାର ସକାଳୁ ଦେଶରେ ସାଧାରଣ ବିକ୍ଷୋଭ ଆରମ୍ଭ ହେବା ପରେ ପଶ୍ଚିମ ବଙ୍ଗ, କେରଳ, ଝାରଖଣ୍ଡ, କର୍ଣ୍ଣାଟକ ଓ ଅନ୍ୟାନ୍ୟ ରାଜ୍ୟରୁ ବିକ୍ଷୋଭ ସଂପର୍କିତ ସୂଚନା ଓ ଫଟୋ

ମିଳିଛି।

ଅମରଜିତ କୌର କହିଛନ୍ତି ଯେ, ଜାତୀୟ ସ୍ତରର ଏହି ବନ୍ଦ ପ୍ରଭାବରେ ବ୍ୟାଙ୍କିଂ, ଡାକ ଓ ବିଦ୍ୟୁତ୍ ସେବା ପ୍ରଭାବିତ ହୋଇଛି। ଏହାର ଫଳରେ ତମ୍ବା ଓ

କୋଇଲା ଖନନ କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ବହୁତ ରାଜ୍ୟରେ ସାର୍ବଜନୀନ ପରିବହନ ଉପରେ ମଧ୍ୟ

ପ୍ରଭାବ ପଡ଼ିବ। ସେ ଆଉ କହିଛନ୍ତି ଯେ, ପଞ୍ଜାବ, ହରିୟାଣା ଓ ରାଜସ୍ଥାନର କୃଷକ ସଂଘମାନେ ମଧ୍ୟ ତାଙ୍କ ନିଜ ନିଜ

ଅଞ୍ଚଳରେ ବିରୋଧ ପ୍ରଦର୍ଶନ କରିବେ। ଟ୍ରେଡ୍ ୟୁନିଅନର ମୁଖ୍ୟ ଦାବି ମଧ୍ୟରେ ଚାରିଟି ଶ୍ରମ

ସଂହିତାକୁ ବାତିଲ କରିବା, ଠିକା ବ୍ୟବସ୍ଥାକୁ ବନ୍ଦ କରିବା, ସାର୍ବଜନୀନ ଉଦ୍ୟମଗୁଡ଼ିକର ଘରୋଇକରଣ ବନ୍ଦ କରିବା, ନ୍ୟୁନତମ ମଜୁରିକୁ ବଢ଼ାଇ ମାସିକ 26,000 ଟଙ୍କା କରିବା ଓ କୃଷକ

ସଂଗଠନମାନଙ୍କ ଦାବିଗୁଡ଼ିକ ଅନ୍ତର୍ଭୁକ୍ତ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande