କଟିହାର, 9 ଜୁଲାଇ (ହି.ସ.)
- ବୁଧବାର
ଉଦୟପୁର-କାମାଖ୍ୟା ଏକ୍ସପ୍ରେସ୍ ଟ୍ରେନ୍ ଦୁର୍ଘଟଣାର ଶିକାର ହୋଇଛି। ଟ୍ରେନ୍ର ପ୍ୟାଣ୍ଟ୍ରି
କାରର ଗୋଟିଏ ଚକା ପଟ୍ରିରୁ ଖସିପଡ଼ିଥିବାରୁ ଟ୍ରେନ୍କୁ ତୁରନ୍ତ ରୋକି ଦିଆଯାଇଛି। ଏହି ଘଟଣା
କଟିହାର ରେଳ ଖଣ୍ଡର ଡଣ୍ଡଖୋରା ଷ୍ଟେସନ୍ ନିକଟରେ ଘଟିଛି।
କଟିହାର ରେଳମଣ୍ଡଳର
ସିନିୟର୍ ଡିସିଏମକହିଛନ୍ତି ଯେ, ଓଭରହାଲିଂ ପାଇଁ ବୁକ୍ କରାଯାଇଥିବା ପ୍ୟାଣ୍ଟ୍ରି କାର୍ କୋଚ୍ ସଂଖ୍ୟା 213460
ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏହି କୋଚ୍କୁ ଟ୍ରେନ୍ ସଂଖ୍ୟା 19615 —
ଉଦୟପୁର ସିଟି କାମାଖ୍ୟା କବିଗୁରୁ ଏକ୍ସପ୍ରେସ୍ ଦ୍ୱାରା
କାମାଖ୍ୟାରେ ମରାମତି ପାଇଁ ବୁକ୍ କରାଯାଇଥିଲା।
ଦୁର୍ଘଟଣା
କାରଣରୁ ଆତଙ୍କ ଖେଳିଯାଇଛି, କିନ୍ତୁ ଯାତ୍ରୀମାନଙ୍କ ସଚେତନତା ଓ
ଟ୍ରେନ୍ କର୍ମଚାରୀମାନଙ୍କ ତତ୍ପରତା ଫଳରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଏହି ଘଟଣାରେ
କୌଣସି ଯାତ୍ରୀ ଆହତ ହୋଇନାହାନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା