ୱାଶିଂଟନ, 9 ଜୁଲାଇ (ହି.ସ.)
-ଆମେରିକାର
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର
ପୁଟିନଙ୍କୁ କଡା ସମାଲୋଚନା କରିଛନ୍ତି। ମଙ୍ଗଳବାର ହ୍ୱାଇଟ୍ ହାଉସରେ ଅନୁଷ୍ଠିତ ଏକ କ୍ୟାବିନେଟ୍
ବୈଠକରେ ଟ୍ରମ୍ପ, ପୁଟିନଙ୍କ ନୀତି
ଉପରେ ଅସନ୍ତୋଷ ପ୍ରକାଶ କରି ରୁଷ ଉପରେ ଆହୁରି କଠିନ ପ୍ରତିବନ୍ଧକ ଲାଗୁ କରିବାର ସଙ୍କେତ
ଦେଇଛନ୍ତି।
ଟ୍ରମ୍ପ କହିଛନ୍ତି,
ଆମକୁ ପୁଟିନଙ୍କ ପକ୍ଷରୁ ବହୁତ ଖରାପ କଥା ଶୁଣିବାକୁ
ମିଳୁଛି । ସେ ସବୁବେଳେ ଭଲ ହେବାର ଅଭିନୟ କରନ୍ତି, କିନ୍ତୁ ଏହା ସବୁ ବେକାର ସାବ୍ୟସ୍ତ ହେଉଛି। ସେ ଏହା ମଧ୍ୟ କହିଛନ୍ତି ଯେ,
ପୁଟିନ୍ “ବହୁତ ଲୋକଙ୍କର ଜୀବନ ନେଉଛନ୍ତି – ତାଙ୍କର ନିଜ ସେନାର ଓ ୟୁକ୍ରେନବାସୀଙ୍କର ମଧ୍ୟ।”
ଟ୍ରମ୍ପ ଏହା ଘୋଷଣା
କରିଛନ୍ତି ଯେ, ଆମେରିକା ୟୁକ୍ରେନକୁ ଅଧିକ ରକ୍ଷାତ୍ମକ ଅସ୍ତ୍ରଶସ୍ତ୍ର ପଠାଇବ । ପେଂଟାଗନ ଏହା
ଉପରେ ସାମର୍ଥ୍ୟ ସମୀକ୍ଷା ଆରମ୍ଭ କରିଦେଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା