ପଂଚମ ଦିନରେ ପୁରୁଷ ବନ୍ଧୁ ଗିରଫ
କେନ୍ଦ୍ରାପଡ଼ା, ୧୦ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କାଠିଆ ପଡ଼ା କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ନୂଆ ମୋଡ଼ ନେଇଛି। ଘଟଣା ର ଚାରି ଦିନ ପରେ ପୀଡ଼ିତାଙ୍କ ବାପ ଶଶିକାନ୍ତ ପରିଡ଼ା ଝିଅର ପୁରୁଷ ବନ୍ଧୁଙ୍କ ତେରୋହୀ ଗ୍ରାମର ପ୍ରମୋଦ ବେହେରା ନାମରେ ଏତଲା କରିଛନ୍ତି। ଏତଲା ଆଧାରରେ ଦଫା ୨
ପଂଚମ ଦିନରେ ପୁରୁଷ ବନ୍ଧୁ ଗିରଫ


କେନ୍ଦ୍ରାପଡ଼ା, ୧୦ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ କାଠିଆ ପଡ଼ା କଲେଜ ଛାତ୍ରୀ ମୃତ୍ୟୁ ମାମଲାରେ ନୂଆ ମୋଡ଼ ନେଇଛି। ଘଟଣା ର ଚାରି ଦିନ ପରେ ପୀଡ଼ିତାଙ୍କ ବାପ ଶଶିକାନ୍ତ ପରିଡ଼ା ଝିଅର ପୁରୁଷ ବନ୍ଧୁଙ୍କ ତେରୋହୀ ଗ୍ରାମର ପ୍ରମୋଦ ବେହେରା ନାମରେ ଏତଲା କରିଛନ୍ତି। ଏତଲା ଆଧାରରେ ଦଫା ୨୯୬( ଗାଳିଦେବା) ୭୫ ଯୌନ ନିର୍ଯ୍ୟାତନା,୭୮(ପିଛା କରିବା)୧୦୮(ମୃତ୍ୟୁ ପାଇଁ ପ୍ରବତାଇବା)୨୮୪/୨୫ ରୁଜୁ କରିଛି। ପୁର୍ବରୁ ଗତ ୬ ତାରିଖରେ ପୀଡ଼ିତାଙ୍କ ମୃତ୍ୟୁ ପାଇଁ ଯେଉଁ ଏତଲା ଦିଆଯାଇ ଥିଲାସେଥିରେ କାହା ନାହିଁ ଉଲ୍ଲେଖ ନାହିଁ।

ଆଜି ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥାନା ମାମଲା ରୁଜୁ କରି ପୁରୁଷ ବନ୍ଧୁ କୁ ଗିରଫ କରି ମୋବାଇଲ ଜବତ କରିଛି। ମୋବାଇଲିରୁ ଅଭିଯୁକ୍ତ ପୁରୁଷ ବନ୍ଧୁ ମୋବାଇଲ୍ ରୁ ମିଳିଲା ଏକାଧିକ ଅଶ୍ଳୀଳ ଭିଡିଓ ମିଳିଛି। କଲ ଡିଟେଲ୍ସରୁ କଲେଜ୍ ଛାତ୍ରୀ ମୃତ୍ୟୁର ପୂର୍ବଦିନ ଦିନ କଥା ହୋଇଥିଲେ, ଘଟଣା ଘଟିବା କିଛି ସମୟ ପୁର୍ବରୁ ଛାତ୍ରୀ ଙ୍କ ସହିତ କଥା ହୋଇଥିଲେ ଅଭିଯୁକ୍ତ। ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ନେଇ ପ୍ରମାଣ ମିଳିଛି। ଯୁବକ ଗିରଫ କରି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମୁଖ୍ୟ ଚିକିତ୍ସାଳୟକୁ ନେଇ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି।

ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande